ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ସମସ୍ତ ଦେଶର ରାଷ୍ଟ୍ରପତିଙ୍କ ପାଇଁ ତାଙ୍କ ଦେଶରେ ଏକ ବାସଭବନ ରହିଥାଏ। ଯେଉଁଠି ରାଷ୍ଟ୍ରପତି ତାଙ୍କର ପରିବାର ସହିତ ରହିଥାନ୍ତି। ଆମ ଦେଶ ରାଷ୍ଟ୍ରପତି ମଧ୍ୟ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ରହିଥାନ୍ତି। ସେହିପରି ଆମେରିକାର ରାଷ୍ଟ୍ରପତିଙ୍କ ରହିବା ପାଇଁ ମଧ୍ୟ ଆମେରିକାରେ ଏକ ସ୍ୱତନ୍ତ୍ର ବାସଭବନ ରହିଛି, ଯାହାକୁ ସମସ୍ତେ ହ୍ୱାଇଟ୍ ହାଉସ୍ ବୋଲି କହିଥାନ୍ତି।

ହ୍ୱାଇଟ୍ ହାଉସ୍ ନାମକରଣ ପଛର ରହସ୍ୟ କ?

ଆପଣ କେବେ ଭାବିଛନ୍ତି କି, ଆମେରିକାର ରାଷ୍ଟ୍ରପତିଙ୍କ ବାସଭବନକୁ କାହିଁକି ହ୍ୱାଇଟ୍ ହାଉସ୍ କୁହାଯାଏ। ଏହା ପଛରେ ଏକ ବଡ଼ କାରଣ ଲୁଚିରହିଛି। ୧୮୧୪ ମସିହାରେ ବ୍ରିଟିଶ ସୈନ୍ୟବାହିନୀ ଆମେରିକାର ବିଭିନ୍ନ ଅଞ୍ଚଳରେ ନିଆଁ ଲଗାଇ ଦେଇଥିଲେ। ଯେଉଁଥିରେ ଆମେରିକାର ଅନେକ ଘର, ସହର ପୋଡ଼ି ଯାଇଥିଲା। ଆମେରିକାର ରାଷ୍ଟ୍ରପତି ଭବନ ମଧ୍ୟ ଏଥିରୁ ବାଦ୍ ପଡ଼ିନଥିଲା।ଏହାପରେ ସେହି ଗୃହକୁ ପୁଣିଥରେ ସଜାଇବା ପାଇଁ ଏହାକୁ ଧଳା ରଙ୍ଗ ଦିଆଯାଇଥିଲା। ଯାହା ସେହି ଗୃହର ଆକର୍ଷଣକୁ ଦ୍ୱିଗୁଣିତ କରିଥିଲା। ସେହିଦିନଠାରୁ ସେହି ଗୃହର ନାଁ ହ୍ୱାଇଟ୍ ହାଉସ୍ ରଖାଯାଇଥିଲା। କୁହାଯାଏ ଯେ, ୧୯୯୪ ମସିହାରେ ହ୍ୱାଇଟ୍ ହାଉସକୁ ରଙ୍ଗ କରିବା ପାଇଁ ୧.୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥିସହିତ ହ୍ୱାଇଟ୍ ହାଉସକୁ ରଙ୍ଗ କରିବା ପାଇଁ ମୋଟ ୫୭୦ ଗ୍ୟାଲନ୍ ରଙ୍ଗ ଆବଶ୍ୟକ ହୋଇଥାଏ ବୋଲି କୁହାଯାଏ।ଏହି ବିଶାଳ ପ୍ରାସାଦଟି ଛଅ ମହଲା ବିଶିଷ୍ଟ। ସେଥିମଧ୍ୟରୁ ଉପର ଦୁଇ ମହଲା କେବଳ ରାଷ୍ଟ୍ରପତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ହ୍ୱାଇଟ୍ ହାଉସରେ ମୋଟ ୪୧୨ଟି କବାଟ, ୧୪୭ଟି ଝରକା ରହିଛି। ଏଥିସହିତ ହ୍ୱାଇଟ୍ ହାଉସର ସୁରକ୍ଷା ଦୃଷ୍ଟିରୁ ଏଥିରେ ୧୩୨ଟି କ୍ୟାମେରା ଲାଗିଥିବାର ମଧ୍ୟ ସୂଚନା ରହିଛି।

ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରପତି ରହୁଥିବା ବାସଭବନମାନଙ୍କ ଭିତରେ ହ୍ୱାଇଟ୍ ହାଉସ୍ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ଅଟେ। ଏହାକୁ ଏକ ଅଭେଦ୍ୟ ଦୁର୍ଗ ସହିତ ମଧ୍ୟ ତୁଳନା କରାଯାଇଥାଏ। ଏହା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ସୁରକ୍ଷିତ ସହକାରେ ଅବସ୍ଥାନ କରିଥାନ୍ତି।

Comment