ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକ୍‌ଡାଉନ୍‌ ବେଳେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି। ରାଜ୍ୟ ବାହାରେ ଥିବା ଓଡ଼ିଆ ସଙ୍ଗଠନମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ଖାଦ୍ୟ, ଔଷଧ ଯୋଗାଇ ଦେବାକୁ ରାଜ୍ୟ ସରକାର ଓଡ଼ିଆ ସଙ୍ଗଠନମାନଙ୍କୁ ଅନୁରୋଧ କରିଛନ୍ତି। ଏ ବାବଦରେ ଯାହା ଖର୍ଚ୍ଚ ହେବ ସବୁ ରାଜ୍ୟ ସରକାର ବହନ କରିବେ।

କରୋନା ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ପାଳନ ହେଉଛି। ଟ୍ରେନ୍‌, ବସ୍‌ ଚଳାଚଳ ବନ୍ଦ ରହିଛି। ଓଡ଼ିଶାର ଯେଉଁ ଲୋକମାନେ ଅନ୍ୟ ରାଜ୍ୟରେ ରହିଥିଲେ ସେମାନେ ନିଜ ଘରକୁ ଫେରିପାରୁ ନାହାନ୍ତି। ସେମାନେ ବହୁତ ଦୁର୍ଦ୍ଦଶା ଭୋଗୁଛନ୍ତି। ବାହାରେ ଫସିଥିବା ଓଡ଼ିଆ ଏନେଇ ରାଜ୍ୟ ସରକାରଙ୍କୁ ଭିଡିଓ ବାର୍ତ୍ତା ପଠାଇ ସେମାନଙ୍କୁ ଓଡ଼ିଶା ନେଇଯିବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ।

Comment