ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ନାରାୟଣପାଟଣା ଏରିଆ କମିଟି ମେମ୍ବର ଥିବା (ଏଓବିଏସ୍‌ଜେଡ୍‌ସି ସିପାଆଇ ମାଓବାଦୀ ସଙ୍ଗଠନ)ର ମହିଳା ମାଓବାଦୀ ତୁଳସୀ ଉଲ୍ଲକାଆତ୍ମ ସମର୍ପଣ କରିଛନ୍ତି। କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୋଙ୍କ ନିକଟରେ ଶନିବାର ସେ ଆତ୍ମ ସମର୍ପଣ କରିଛନ୍ତି । ମାଓବାଦୀ ତୁଳସୀ ନାମରେ ପୋଲିସ ଉପରେ ଆକ୍ରମଣଠାରୁ ଆରମ୍ଭ କରି ସାଧାରଣ ଜନତାକୁ  ହତ୍ୟା କରି ଭଳି ସଙ୍ଗୀନ ମାମଲା ରହିଛି। ଏଥିପାଇଁ ତୁଳସୀକୁ ଧରାଇଲେ ୪ ଲକ୍ଷ ଟଙ୍କାର  ପୁରସ୍କାର ରାଶି ମଧ୍ୟ ପୋଲିସ ଆଗରୁ ଘୋଷଣା କରିଥିଲା।

ତୁଳସୀ ୨୦୧୦ ଡିସେମ୍ବରରେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲା। ସେହି ସମୟରେ  ତୁଳସୀକୁ ମାତ୍ର ୧୫ ବୟସ ହୋଇଥିଲା । ମାଓବାଦୀ ସଂଗଠନରେ ସାମିଲ ହେବା ପରେ ତାଙ୍କୁ ମାଲିଟାରି ତାଲିମ, ରାଇଫଲ ଚଳାଇବା ଶିକ୍ଷା ଦିଆଯାଇଥିଲା।

ସେହି ଦିନଠାରୁ  କୋରାପୁଟ ଜିଲାରେ ଅନେକ ହିଂସା ଘଟଣାରେ ତୁଳସୀର ସମ୍ପୃକ୍ତି ରହିଥିଲା ଗୁଳି ବିନିୟମ,  ହତ୍ୟା ଘଟଣା, ରାସ୍ତା ଅବରୋଧ ଓ ନିଆଁ ଲଗାଇ ଭଳି ୨୦ଟି ମାମଲା ତଳୁସୀ ନାଁରେ ରହିଥିବା ଏସପି ସୂଚନା ଦେଇଛନ୍ତି । ଦୀର୍ଘ ୧୦ ବର୍ଷ ମାଓ ସଂଗଠନ ସହ ଜଡିତ ଥିଲେ ତୁଳସୀ ।

Comment