ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ନୂଆ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି। ଏହି ଗୀତରେ ଜାନିଙ୍କ ସହ ନେହା କକ୍କର ନଜର ଆସିଛନ୍ତି। ଗୀତର ଟାଇଟଲ ରହିଛି ‘ଜିନକେ ଲିଏ’। ଏଥିରେ ନେହାଙ୍କର ଜବରଦସ୍ତ ଅଭିନୟ  ଦେଖିବାକୁ ମିଳିଛି। ଗୀତଟି ପ୍ରେମ ଏବଂ ଏଥିରେ ମିଳୁଥିବା ପ୍ରତାରଣା ଉପରେ ଆଧାରିତ ହୋଇଛି।  ନେହା କିଭଳି ପ୍ରେମରେ ପ୍ରତାରଣା ପାଇବା ପରେ ଆତ୍ମହତ୍ୟା କରିଦେଇଛନ୍ତି ଏହା ଗୀତରେ ଦେଖିବାକୁ ମିଳିଛି।

ନେହାଙ୍କର ଏହି ଗୀତକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି।  ପି ପ୍ରାକ୍‌ ଲହି ଗୀତକୁ ସଙ୍ଗୀତ ଦେଇଛନ୍ତି| ଜାନି ଏଥିରେ ଅଭିନୟ କରିବା ସହ ଏହି ଗୀତଟି ରଚନା ମଧ୍ୟ କରିଛନ୍ତି।

ଏହି ଗୀତ ହେଉଛି ଜାନୀଙ୍କ ଆଲବମ୍ ‘ଜାନି ୱେ’ର ଦ୍ୱିତୀୟ ଗୀତ। ଏହି ଆଲବମରେ ୭ ଟି ଗୀତ ରହିଛି । ଆଲବମ୍‌ର ପ୍ରଥମ ଗୀତ ବିକି କୌଶଳ ଏବଂ ନୋରା ଫତେହିଙ୍କ ‘ପଶ୍ଚତାଓଗେ’ ଥିଲା। ଏହାକୁ ଅରିଜିତ ସିଙ୍ଗ ଗାଇଥିଲେ।

Comment