ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (PGIMER), ଚଣ୍ଡିଗଡ଼ ପକ୍ଷରୁ ସିନିୟର ରେସିଡେଣ୍ଟ, ମେଡିକାଲ ଅଫିସର୍, ଡେମୋନଷ୍ଟ୍ରେଟର୍ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

  • ଏନେଇ ଆସନ୍ତା କାଲିଠାରୁ ଏପ୍ରିଲ୍ ୨୬ ଯାଏଁ ଆବେଦନ ପ୍ରକ୍ରିୟା ଚାଲୁ ରହିବ।
  • ଏହି ନିଯୁକ୍ତି ୩ ବର୍ଷ ପାଇଁ ଚୁକ୍ତିଭିତ୍ତିକ।

ନିଯୁକ୍ତି ସ୍ଥାନ:

  • PGIMER, ଚଣ୍ଡିଗଡ଼
  • AIIMS ଭାଟିଣ୍ଡା (ପଞ୍ଜାବ)
  • AIIMS ବିଳାସପୁର (ହିମାଚଳ ପ୍ରଦେଶ)

ପଦବୀ ସଂଖ୍ୟା:

PGIMER, ଚଣ୍ଡିଗଡ଼:

  • ସିନିୟର ରେସିଡେଣ୍ଟ- ୧୦୨
  • ସିନିୟର ମେଡିକାଲ ଅଫିସର୍- ୪
  • ଜୁନିୟର/ସିନିୟର ଡେମୋନଷ୍ଟ୍ରେଟର୍-୧୨

AIIMS ଭଠିଣ୍ଡା (ପଞ୍ଜାବ):

  • ସିନିୟର ରେସିଡେଣ୍ଟ- ୧୪
  • ଡେମୋନଷ୍ଟ୍ରେଟର୍- ୭

AIIMS ବିଳାସପୁର (ହିମାଚଳ ପ୍ରଦେଶ):

  • ସିନିୟର ରେସିଡେଣ୍ଟ- ୧୩
  • ଡେମୋନଷ୍ଟ୍ରେଟର୍- ୭

ବୟସ ସୀମା– ଅତିବେଶୀରେ ୪୦ ବର୍ଷ (ପଛୁଆ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି)

ଦରମା:

  • ସିନିୟର ରେସିଡେଣ୍ଟ ଏବଂ ସିନିୟର ମେଡିକାଲ ଅଫିସର- ୬୭୭୦୦ ଟଙ୍କା
  • ସିନିୟର ଡେମୋନଷ୍ଟ୍ରେଟର୍ (ମେଡିକାଲ)- ୬୭୭୦୦ ଟଙ୍କା
  • ସିନିୟର ଡେମୋନଷ୍ଟ୍ରେଟର୍ (ନନ୍-ମେଡିକାଲ)- ୫୬୧୦୦ ଟଙ୍କା
  • ଜୁନିୟର ଡେମୋନଷ୍ଟ୍ରେଟର୍ (ମେଡିକାଲ)- ୩୫୪୦୦ ଟଙ୍କା
  • ଜୁନିୟର ଡେମୋନଷ୍ଟ୍ରେଟର୍ (ନନ୍-ମେଡିକାଲ)- ୩୫୪୦୦ ଟଙ୍କା

ଆବେଦନ ଶୁଳ୍କ:

  • ଏସସି/ଏସଟି- ୮୦୦ ଟଙ୍କା
  • ଅନ୍ୟମାନଙ୍କ ପାଇଁ- ୧୫୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଅନଲାଇନ୍ ଆବେଦନ କରିପାରିବେ।

ଅଧିକ ସୂଚନା ପାଇଁ pgimer.edu.inରେ କ୍ଲିକ୍ କରନ୍ତୁ।

source:www.chakiri.plus

Comment