ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସମ୍ ହସ୍ପିଟାଲରେ ଖୋଲିଲା ରାଜ୍ୟର ଚତୁର୍ଥ ସ୍ୱତନ୍ତ୍ର କରୋନା ହସ୍ପିଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନଫରେନ୍ସି ଜରିଆରେ ଏହି ହସ୍ପିଟାଲକୁ ଉଦଘାଟନ କରିଛନ୍ତି।

୫୨୫ ଶର୍ଯ୍ୟାବିଶିଷ୍ଟ ଏହି ହସ୍ପିଟାଲରେ କେବଳ କରୋନା ଆକ୍ରାନ୍ତମାନଙ୍କ ଚିକିତ୍ସା କରାଯିବ। ଏଥିସହ ଆକ୍ରାନ୍ତମାନଙ୍କର ଖାଇବା,ପିଇବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି। ସୋମବାର ସମ୍ ହସ୍ପିଟାଲରେ ସ୍ୱତନ୍ତ୍ର କରୋନା ହସ୍ପିଟାଲ ଉଦଘାଟନ ହେବା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରହଲ୍ଲାଦ ଯୋଶୀ ମଧ୍ୟ ଭିଡିଓ  କନଫରେନ୍ସ ଜରିଆରେ ଯୋଡ଼ି ହୋଇଥିଲେ।

ଏହାପୂର୍ବରୁ ରାଜ୍ୟରେ କିମ୍ସ ହସ୍ପିଟାଲରେ ୫୦୦ ଶର୍ଯ୍ୟା, କଟକ ଅଶ୍ୱିନୀ ହସ୍ପିଟାଲରେ ୧୫୦ ଶର୍ଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ ଉଦଘାଟିତ ହୋଇସାରିଛି। ଏଥିସହ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ରାଜ୍ୟର ଦୁଇ ଶହ ଶର୍ଯ୍ୟାବିଶିଷ୍ଟ ତୃତୀୟ କରୋନା ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇସାରିଛି। ଚତୁର୍ଥ କରୋନା ହସ୍ପିଟାଲ ଭାବେ ବର୍ତ୍ତମାନ ଏହା ଲୋକମାନଙ୍କୁ ସେବା ଯୋଗାଇବ।

ଦିନକୁ ଦିନ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି।

LEAVE A REPLY

Please enter your comment!
Please enter your name here