ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟରେ ରେଜିଷ୍ଟ୍ରର୍, ପ୍ରାଇଭେଟ୍ ସେକ୍ରେଟାରୀ, ଲିଗାଲ କନ୍‌ସଲଟାଣ୍ଟ୍ ଏବଂ କାଉନସେଲରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୧୫ ତାରିଖ ସୁଦ୍ଧା ଆବେଦନ କରିପାରିବେ।

ରେଜିଷ୍ଟ୍ରର୍ଗୋଟିଏ ପଦବୀ:

  • ଯୋଗ୍ୟତା- ଅବସରପ୍ରାପ୍ତ ଜୁଡିସିଆଲ୍ ଅଫିସରମାନେ ଆବେଦନ କରିପାରିବେ
  • ବୟସ- ୬୫ ବର୍ଷରୁ କମ୍ ବୟସ୍କ ବ୍ୟକ୍ତି

ପ୍ରାଇଭେଟ୍ ସେକ୍ରେଟାରୀ ଗୋଟିଏ ପଦବୀ:

  • ଯୋଗ୍ୟତା- ସଂପୃକ୍ତ ପଦବୀରୁ ଅବସର ନେଇଥିବା କର୍ମଚାରୀମାନେ ଆବେଦନ କରିପାରିବେ
  • ବୟସ- ୬୫ ବର୍ଷରୁ କମ୍ ବୟସ୍କ ବ୍ୟକ୍ତି

ଲିଗାଲ କନସଲଟାଣ୍ଟଗୋଟିଏ ପଦବୀ:

  • ଯୋଗ୍ୟତା- ଆଇନରେ ସ୍ନାତକ କରିବା ସହ ଶିଶୁ ସୁରକ୍ଷା ସହ ସଂପୃକ୍ତ ଆଇନ ବା କେସ୍ (ବାର୍ ଡିଲିଂ) ରେ ଅତିକମରେ ୧୦ ବର୍ଷର ଅଭିଜ୍ଞତା ଥିବ ଅଥବା ଆଇନ ବିଭାଗରୁ ଅବସର ନେବା ସହ କୋର୍ଟ କେସ କାରବାରରେ ଅତିକମରେ ୧୫ ବର୍ଷର ଅଭିଜ୍ଞତା ଥିବ
  • ବୟସ- ୪୦ରୁ ୬୫ ବର୍ଷ ବୟସ ହୋଇଥିବ

କାଉନସେଲରଗୋଟିଏ ପଦବୀ:

  • ଯୋଗ୍ୟତା- ସୋସିଆଲ ଓ୍ୱାର୍କ ବା ସାଇକୋଲୋଜୀ (ଚାଇଲ୍ଡ ସାଇକୋଲୋଜୀ ) ବା ସୋସିଆଲ ସାଇନ୍ସରେ ସ୍ନାତକୋତ୍ତର କରିଥିବ ଏବଂ କମ୍ପ୍ୟୁଟରରେ ଜ୍ଞାନ ଥିବ
  • ବୟସ- ୨୧ରୁ ୪୫ ବର୍ଷ ବୟସ ହୋଇଥିବ

ଆବେଦନ ପ୍ରକିୟା– ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଏପ୍ରିଲ ୧୫ ପୂର୍ବରୁ ଡାକ ମାଧ୍ୟମରେ ନିମ୍ନଲିଖିତ ଠିକଣାରେ ପଠାଇବାକୁ ମାର୍ଚ୍ଚ ୧୯ରେ ପ୍ରକାଶିତ ଏହି ବିଜ୍ଞାପନରେ କୁହାଯାଇଛି।

ଠିକଣା– ଅଫିସ ଅଫ୍ ଓଡ଼ିଶା ଷ୍ଟେଟ୍ କମିସନ ଫର୍ ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ୍, କ୍ୟୁଆରଏସ ନଂ ୧, .ୟୁନିଟ୍ ୫, ଭୁବନେଶ୍ୱର- ୭୫୧୦୦୧

ଓ୍ୱେବସାଇଟ୍- oscpcr.od@nic.in

source:www.chakiri.plus

Comment