ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରୋନା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଛି। ଗୋଟିଏ ପଟେ ସରକାର କରୋନା ବିରୋଧରେ ଯୁଦ୍ଧ କରୁଥିବାବେଳେ ଅନ୍ୟ ପଟେ ବଲିଉଡ ଷ୍ଟାର ମଧ୍ୟ କରୋନା ବିପକ୍ଷରେ ମଇଦାନକୁ ଓହ୍ଲାଇଛନ୍ତି। ଲୋକଙ୍କୁ ସଚେତନ କରାଇବାକୁ ଲାଗିପଡ଼ିଛନ୍ତି। ‘ଘରେ ରହନ୍ତୁ, ସୁରକ୍ଷିତ ରହନ୍ତୁ’ ଏହି ବାର୍ତ୍ତା ସମସ୍ତଙ୍କୁ ଦେଉଛନ୍ତି।

ଏଥିପାଇଁ ଏବେ ବଲିଉଡ କଳାକାରମାନେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ କରିଛନ୍ତି। ସବୁଠୁ ଖାସ କଥା ଏହି ଭିଡିଓ  ପ୍ରସ୍ତୁତ କରିବା ପାଇଁ କୌଣସି କଳାକାର ଘରୁ ବାହାରି ନାହାନ୍ତି। ନିଜ ନିଜ ଘରେ ରହି ସେ ଏହି ସର୍ଟ ଫିଲ୍ମ ପ୍ରସ୍ତୁତ କରିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।corona

ଏଥିରେ ଅମିତାଭ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ଗାୟକ ତଥା ଅଭିନେତା ଦିଲଜିତ , ତାମିଲ ସୁପରଷ୍ଟାର ରଜନୀକାନ୍ତ, ମାଲାୟାଲମ ସିନେମାର ମୋହନଲାଲ ଏବଂ ମାମୁତି, ତେଲୁଗୁ ସିନେମାର ଚିରଞ୍ଜୀବୀ, ଆଲିୟା ଭଟ୍ଟ, ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଛି।

ଭିଡିଓ ଆରମ୍ଭରେ ଅମିତାଭ ତାଙ୍କ କଳା ଚଷମା ଖୋଜୁଥିବା ନଜର ଆସିଛନ୍ତି। ତା’ପରେ ଦଲଜିତ କହିଛନ୍ତି ଯେ ଶେହନଶାହ  ଚିତ୍କାର କରିବେ ହେଲେ କେହି ଶୁଣିବେ ନାହିଁ। ତା’ପରେ ସେ ରଣବୀର କପୁରଙ୍କୁ ଉଠାଉଛନ୍ତି। ସମସ୍ତେ ଅମିତାଭଙ୍କ ଚଷମା ଖୋଜୁଥିବା ନଜର ଆସିଛନ୍ତି। ଶେଷରେ ଆଲିୟାଙ୍କ ନିକଟରୁ ଚଷମା ମିଳୁଛି ଓ ପ୍ରିୟଙ୍କ ଅମିତାଭଙ୍କୁ ଚଷମା ଦେଉଛନ୍ତି। ର୍ଅମିତାଭ କହୁଛନ୍ତି ଯେତେବେଳେ ଏବେ ଘରୁ କୁଆଡ଼େ ଯିବାର ନାହିଁ ତାହେଲେ ଚଷମା କ’ଣ ଦରକାର? ଏଠି ସେଠି ରହି କାଳେ ହଜିଯିବ ସେଥିପାଇଁ ଖୋଜୁଥିଲି।corona stop

ଭିଡିଓ ଶେଷରେ ଅମିତାଭ ଦର୍ଶକଙ୍କୁ କହନ୍ତି, ”ଆମେ ସମସ୍ତେ ଏକାଠି ଏହି ଫିଲ୍ମ ନିର୍ମାଣ କରିଥିଲୁ, କିନ୍ତୁ ଆମ ମଧ୍ୟରୁ କେହି ଆମ ଘରୁ ବାହାରି ନଥିଲେ। ପ୍ରତ୍ୟେକ କଳାକାର ତାଙ୍କ ଘରେ ନିଜର ସୁଟ୍‌ କରିଥିଲେ। କେହି ଘରୁ ବାହାରି ନଥିଲେ। ଆପଣ ମଧ୍ୟ ଦୟାକରି ଘର ଭିତରେ ରୁହନ୍ତୁ । ଏହି ବିପଜ୍ଜନକ କରୋନାରୁ ନିଜକୁ ରକ୍ଷା କରିବାର ଏହା ହେଉଛି ଏକମାତ୍ର ଉପାୟ।”

Comment