ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭୀଷଣ ରାଗିଛନ୍ତି। ଏହି ରାଗ ସ୍ୱରୂପ ସଙ୍ଗଠନକୁ ଦିଆଯାଉଥିବା ଅର୍ଥ ସାହାଯ୍ୟକୁ କାଟିବା କଥା ସେ ଚିନ୍ତା କରୁଥିବା ଜଣାପଡିଛି। ଜେନେଭାରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଉହାନ’ କରୋନା ଭାଇରସ ବାହାରକୁ ଆସିବା ଘଟଣାକୁ ଲୁଚାଇବା ଓ ଚୀନରେ ଯେତେବେଳେ ଏହା ମହାମାରୀର ରୂପ ନେଲା ସେହି ସମୟରେ ମଧ୍ୟ ଆମେରିକାକୁ ଭୁଲ ସୂଚନା ଦିଆଯାଇଥିଲା ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।

ଯେତେବେଳେ କରୋନା ସଂକ୍ରମଣ କଥା ଜଣାପଡିଲା ସଂସ୍ଥା ତରଫରୁ ସମଗ୍ର ବିଶ୍ୱକୁ ଏହା ଅବଗତ କରାଇବା ଉଚିତ ଥିଲା ବୋଲି ଟ୍ରମ୍ପ କହିଛନ୍ତି। ଆହୁରି ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନର ପ୍ରରୋଚନାରେ କାମ କରୁଥିବା କଥା ଟ୍ରମ୍ପ ଅଭିଯୋଗ  କରିଛନ୍ତି। ଟ୍ରମ୍ପ ସବୁଠାରୁ ବେଶୀ ରାଗିଛନ୍ତି ଚୀନରୁ ଆମେରିକାକୁ ବିମାନ ସେବା ବନ୍ଦ କରିବା ପାଇଁ ଯେତେବେଳେ ତାଙ୍କ ପକ୍ଷରୁ ପ୍ରସ୍ତାବ ଦିଆଗଲା। ଯଦି ବିମାନ ସେବା ବନ୍ଦ କରି ଦିଆଯାଇଥାନ୍ତା ଆମେରିକାରେ ଏତେ ଲୋକ ସଂକ୍ରମିତ ହୋଇନଥାନ୍ତେ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ତେବେ ଏହି ପ୍ରସ୍ତାବକୁ ସଂଗଠନ ପକ୍ଷରୁ ସମାଲୋଚନା କରାଗଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଏକ ମସ୍ତବଡ଼ ଭୁଲ କରିଥିଲା ଯେତେବେଳେ କୁହାଗଲା ଯେ, କରୋନା ଭୂତାଣୁ  ମଣିଷଠୁ ମଣିଷକୁ ଡିଏଁ ନାହିଁ।

coronaଏହିସବୁ ଭୁଲ୍‌ ପାଇଁ ଟ୍ରମ୍ପ WHOକୁ ଆଉ ସହାୟତା ଯୋଗାଇଦେବାକୁ ନାରାଜ। ଉଲ୍ଲେଖ କରାଯାଇପାରେ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଆର୍ଥିକ ସହାୟତାକାରୀ ହେଉଛି ଆମେରିକା।

Comment