ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକଡାଉନରେ ନିଜ ପରିବାର ସହ ଭରପୂର ସମୟ ବିତାଉଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲି। ନିକଟରେ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଖେଳୁଥିବା ନଜର ଆସିଛନ୍ତି।

ଏହି ଫଟୋ ସେୟାର କରିପାରିବା ସହିତ ଅନୁଷ୍କା ଏକ ଲମ୍ବା କ୍ୟାପସନ ଲେଖିଛନ୍ତି। ଏଥିରେ ପାରିବାରିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଲକଡାଉନ ସମୟକୁ କିପରି ବ୍ୟବହାର କରିବେ ତାହା ମଧ୍ୟ ପରାମର୍ଶ ଦେଇଛନ୍ତି|corona

ଅନୁଷ୍କା ଶର୍ମା ଲେଖିଛନ୍ତି, ‘‘ଯେଉଁମାନଙ୍କଠାରୁ ଆମେ ଜୀବନ ଯାତ୍ରାରେ କିପରି ଚାଲିବୁ, କିପରି ଖାଇବୁ, କିପରି ଛିଡ଼ା ହେବୁ ଏବଂ କେମିତି ଲୋକଙ୍କ ସହ ମିଶିବା ଶିଖିଛନ୍ତି। ଏବେ ସମୟ ଆସିଛି ଜୀବନର ସମସ୍ତ ମୂଲ୍ୟବାନ ଲୋକଙ୍କ ଯତ୍ନ ନେବା ପାଇଁ ଘରେ ରହିବା ଏବଂ ସେମାନଙ୍କ ଯତ୍ନ ନେବା।’’

ଏଥିସହିତ ପାରିବାରିକ ସମ୍ପର୍କକୁ ମଜଭୁତ କରିବା ପାଇଁ ପରସ୍ପର ସହ କଥାବାର୍ତ୍ତା କରିବାକୁ ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁଷ୍କା ଟିପ୍ସ ଦେଇଛନ୍ତି।

Comment