ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

 

  • ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ଏପ୍ରିଲ ୩୦ ଯାଏଁ ଓଡ଼ିଶା ଲକ୍‌ଡାଉନ୍‌
  • ଜୁନ୍ ୧୭ ଯାଏଁ ସ୍କୁଲ, କଲେଜ ବନ୍ଦ
  • ଲକ୍‌ଡାଉନ୍‌ ବେଳେ ଜାରି ରହିବ କୃଷି କାର୍ଯ୍ୟ

 କରୋନା ମୁକାବିଲା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଲକ୍‌ଡାଉନ୍‌ ଅବଧିକୁ ଆଉ ୧୫ ଦିନ ବୃଦ୍ଧି କରିବା ପାଇଁ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି। ଏପ୍ରିଲ ୩୦ ତାରିଖ ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି କରିବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି।

ରାଜ୍ୟ କ୍ୟାବିନେଟ୍‌ରେ ଯେଉଁ ନିଷ୍ପତ୍ତି ନିଆଯାଇଛି ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯାଇଛି। ଲକ୍‌ଡାଉନ୍‌ ଅବଧିକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଏହାସହ ଟ୍ରେନ୍‌ ଏବଂ ବିମାନ ଚଳାଚଳ ଏପ୍ରିଲ ୩୦ ଯାଏଁ ବନ୍ଦ ରଖିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

ଲକ୍‌ଡାଉନ୍‌ ବେଳେ କୃଷି କାର୍ଯ୍ୟ ଜାରି ରହିବ। ଏସବୁ କାର୍ଯ୍ୟ ବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଲକ୍‌ଡାଉନ୍‌ ବେଳେ ଖାଦ୍ୟ ସାମଗ୍ରୀ ଯୋଗାଣ ବେଳେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଲୋକଙ୍କ ପାଖରେ କେମିତି ଖାଦ୍ୟ ସାମଗ୍ରୀ ପହଞ୍ଚିବ ସେଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।

Comment