ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକ୍‌ଡାଉନ୍‌ ବେଳେ ଜାରି ରହିବ କୃଷି କାର୍ଯ୍ୟ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସାମାଜିକ ଦୂରତା ରଖି ଚାଷ କାମ କରିବାକୁ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ଏପଟେ ମନରେଗା କାମ ମଧ୍ୟ ଚାଲିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ରାଜ୍ୟ ସରକାର ଆଜି ଓଡ଼ିଶାରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି। ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍‌ ଓଡ଼ିଶାରେ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି। ଲକ୍‌ଡାଉନ୍‌ ବେଳେ ଯୋଗାଣ ସାମଗ୍ରୀ ଉପରେ କୌଣସି କଟକଣା ରହିବ ନାହିଁ। ଏହାସହ ସାମାଜିକ ଦୂରତା ରକ୍ଷା କରି କୃଷି କାର୍ଯ୍ୟ ଓ ମନରେଗା କାମ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

coronaରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ଅବଧି ବୃଦ୍ଧିକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ସମୟରେ ସରକାର ଚାଷୀଙ୍କ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଖରିଫ୍‌ ଚାଷ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ସରକାର ଗୁରୁତ୍ୱ ଦେବା ଦରକାର। ନହେଲେ ଅର୍ଥନୀତି ଉପରେ ପ୍ରଭାବ ପଡ଼ିପାରେ। ଏହାସହ ଗରିବ ଶ୍ରେଣୀର ଲୋକମାନେ କିପରି ଲକ୍‌ଡାଉନ୍‌ ସମୟରେ ଚଳିବେ ସେଥିପ୍ରତି ସରକାର ଧ୍ୟାନ ଦେବା ଜରୁରୀ।

Comment