ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଏଣିକି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ହେବ କରୋନା ଟେଷ୍ଟ। ଦିଲ୍ଲୀ ICMR ଏଥିପାଇଁ ଅନୁମତି ପ୍ରଦାନ କରିସାରିଛି। ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର।

ରାଜ୍ୟ ସରକାର ଟୁଇଟ୍ କରି ଲେଖିଛନ୍ତି ଯେ, ଓଡ଼ିଶାର ଦ୍ୱିତୀୟ ମେଡିକାଲ୍ କଲେଜ ଭାବେ ଏଣିକି ଏମକେସିଜି ମେଡିକାଲ କଲେଜରେ କରୋନା ଟେଷ୍ଟ କରାଯାଇପାରିବ। ଏଥିପାଇଁ ଦିଲ୍ଲୀ ଆଇସିଏମଆର୍ ଅନୁମତି ପ୍ରଦାନ କରିସାରିଛି।coronaଏହାପୂର୍ବରୁ ମେଡିକାଲ୍ କଲେଜ ହିସାବରେ କେବଳ ଏସସିବିରେ କରୋନା ଟେଷ୍ଟ କରାଯାଉଥିଲା। ଏଥିସହ ଭୁବନେଶ୍ୱର ଏମସ୍ ଓ ଆରଏମଆରସିରେ ମଧ୍ୟ କରୋନା ଟେଷ୍ଟ କରାଯାଉଛି। ରାଜ୍ୟର ଚତୁର୍ଥ କରୋନା ପରୀକ୍ଷଣ କେନ୍ଦ୍ର ଭାବେ ଏବେ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଅନୁମତି ପାଇଛି।

ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ନମୁନା ପରୀକ୍ଷଣ ସଂଖ୍ୟା ବୃଦ୍ଧି କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment