ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • କରୋନା କୁ ନେଇ ଫେକ ଇ-ମେଲ ଉପରେ ବିଶ୍ଵାସ କରନ୍ତୁ ନାହିଁ
  • ସରକାରୀ ଓ୍ଵେବସାଇଟ୍ ଛଡ଼ା ଆଉ କୌଣସି ଓ୍ଵେବସାଇଟ ତଥ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ
  • କରୋନାକୁ ନେଇ ଯେକୌଣସି ଅଫରଠାରୁ ଦୂରରେ ରୁହନ୍ତୁ
  • କୌଣସି ଡରାଇବା ଭଳି ମେସେଜ୍ କିମ୍ବା ଆସିଲେ ତୁରନ୍ତ ପୋଲିସକୁ ଜଣାନ୍ତୁ

କରୋନାକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଏହି ଆଡଭାଇଜରିରେ କରୋନାକୁ ନେଇ ବିଭିନ୍ନି ସୋସିଆଲ ମିଡିଆରେ ହେଉଥିବା ଠକେଇ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଛି। କିଛି ଅସାମାଜିକ ବ୍ୟକ୍ତି କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ମେସେଜ ବା ଇ-ମେଲଠାରୁ ଦୂରେଇ ରହିବାକୁ କ୍ରାଇମ ବ୍ରାଞ୍ଚ ପକ୍ଷରୁ ନିବେଦନ କରାଯାଇଛି।

କିଛି ସାଇବର ହ୍ୟାକର୍ ନକଲି ଓ୍ଵେବସାଇଟ୍ ତିଆରି କରି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ସ୍ଵାସ୍ଥ୍ୟ ବିଭାଗ କିମ୍ବା କିଛି ପ୍ରତିଷ୍ଠିତ ସଂସ୍ଥା ନାମରେ ସୋସିଆଲ ମିଡିଆରେ ମିଛ ଡକ୍ୟୁମେଣ୍ଟ ସେୟାର କରୁଛନ୍ତି। ଏହି ଡକ୍ୟୁମେଣ୍ଟଗୁଡ଼ିକ ଉପରେ ବିଶ୍ଵାସ ନକରିବାକୁ କ୍ରାଇମ ବ୍ରାଞ୍ଚ କହିଛି। ଏହାସହ କିଛି ଓ୍ଵେବସାଇଟ୍‌ରେ କରୋନା ଅଫର ନାମରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରାଯାଉଛି। ଏଭଳି ଓ୍ଵେବସାଇଟଠାରୁ ଦୂରେଇ ରହିବାକୁ କ୍ରାଇମବ୍ରାଞ୍ଚ ଲୋକଙ୍କୁ ନିବେଦନ କରିଛି।

corona

ଏଭଳି କୌଣସି ଅଫର କିମ୍ବା ଲୋକଙ୍କୁ ଡରାଇବା ଭଳି ଇ-ମେଲ ପାଇଲେ ତୁରନ୍ତ କ୍ରାଇମ ବ୍ରାଞ୍ଚ୍‌କୁ ଅବଗତ କରାଇବାକୁ ଅନୁରୋଧ କରିଛି। କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଏଭଳି କାର୍ଯ୍ୟରେ ଲିପ୍ତ ଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

କେବଳ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କରୋନା ସମ୍ପର୍କିତ ଖବର ଉପରେ ବିଶ୍ଵାସ କରିବାକୁ କୁହାଯାଇଛି। ଏହାଛଡ଼ା କରୋନାକୁ ନେଇ ଅଜଣା ଇ-ମେଲ ଆସୁଥିଲେ ଏହାର ଉତ୍ତର ନଦେବାକୁ ପରାମର୍ଶ ଦିଆଯାଉଛି। କରୋନା ସମ୍ପର୍କିତ କୌଣସି ଆପ୍‌କୁ ଡାଉନଲୋଡ କରିବାକୁ ମନା କରାଯାଇଛି। ଏହସହ ବିଭିନ୍ନ ଓ୍ଵେବସାଇଟରେ କରୋନାକୁ ନେଇ କୌଣସି ଅଫର ଜାଲରେ ନଫସିବାରୁ ଲୋକଙ୍କୁ ସେଚତନ କରାଯାଇଛି।

LEAVE A REPLY

Please enter your comment!
Please enter your name here