ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାଦ୍ୟକୁ ଟିକେ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଲୋକେ ଖାଦ୍ୟରେ ଲୁଣର ମାତ୍ରା ଟିକେ ଅଧିକ ପକାନ୍ତି। କିଛି ଲୋକଙ୍କୁ ଲୁଣ ଖାଇବାକୁ ଏତେ ପସନ୍ଦ ଥାଏ ଯେ, ଖାଦ୍ୟରେ ଲୁଣର ମାତ୍ରା ଠିକ୍‌ ଥିଲେ ବି ସେମାନେ ଅଧିକ ପକାଇ ଖାଇଥା’ନ୍ତି। ତେବେ ଲୁଣ ଆମ ଶରୀର ପାଇଁ କେତେ ଖରାପ, ଜାଣନ୍ତୁ ଡାକ୍ତର ବିମଳ ଛାଜେର କ’ଣ କହୁଛନ୍ତି।

ଡାକ୍ତର ବିମଳ କହିଛନ୍ତି, ‘‘ଲୁଣ ରକ୍ତଚାପ, ହୃଦୟ ଓ ଶରୀର ପାଇଁ ଖରାପ। ଲୁଣରେ ସୋଡିୟମ୍‌ କ୍ଲୋରାଇଡ୍‌ର ମାତ୍ରା ଅଧିକ ଥାଏ। ପ୍ରାୟ ୧୦୦ ଗ୍ରାମ୍‌ ଲୁଣରେ ୪୦ ଗ୍ରାମ୍‌ ସୋଡିୟମ୍‌ ଓ ୬୦ ଗ୍ରାମ୍‌ କ୍ଲୋରାଇଡ୍‌ ଥାଏ। ଧରାଯାଉ, ଏକ ସ୍ଥାନରେ ଆପଣ ଲୁଣ ରଖିଛନ୍ତି, ଦେଖିବେ ଏଥିରୁ ପାଣି ବାହାରିଥାଏ। ସେହିଭଳି ଲୁଣ ଶରୀରରୁ ଜଳୀୟଅଂଶକୁ ଟାଣିଧରେ, ଯାହା ଶରୀରରେ ଜଳୀୟ ଅଂଶର ଅଭାବ ସୃଷ୍ଟି କରେ। ଫଳରେ ରକ୍ତଚାପ ବୃଦ୍ଧି ପାଇଥାଏ। ଲୁଣର ଉଚ୍ଚ ରକ୍ତଚାପ ସହ ସିଧାସଳଖ ସଂଯୋଗ ରହିଛି।’’

ଉଚ୍ଚ ରକ୍ତଚାପ ହେବା ଫଳରେ ପାରାଲିସିସ୍‌, ଷ୍ଟ୍ରୋକ୍‌, ହାର୍ଟ ଆଟାକ, କିଡ୍‌ନି ଫେଲ୍ୟୁଅର ଭଳି ସମସ୍ୟା ଉପୁଜିଥାଏ। ଏଥିପାଇଁ ରକ୍ତଚାପକୁ ସବୁବବେଳେ ୧୨୦/୮୦ ମିଲିମିଟର ମରକ୍ୟୁରୀ ରଖିବାକୁ ଚେଷ୍ଟା କରିବା ଆବଶ୍ୟକ  ଓ ଦିନକୁ ୫ରୁ ୬ ଗ୍ରାମ୍‌ ଲୁଣ ଖାଇବା ଭଲ ବୋଲି ଡାକ୍ତର କହିଛନ୍ତି।

ବୟସ୍କ: ବୟସ୍କମାନେ ପ୍ରତିଦିନ ୫ ଗ୍ରାମ୍‌ରୁ କମ୍‌ ବା ଏକ ଚାମଚରୁ କମ୍‌ ଲୁଣ ଖାଇବା ଲାଭଦାୟକ।

ଲୁଣ କେମିତି ଖାଦ୍ୟରୁ କମାଇବେ:

ଗୋଟେ ଦିନରେ ଖାଦ୍ୟରୁ ଲୁଣ ହଟାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଧୀରେ ଧୀରେ କରି ଖାଦ୍ୟରୁ ଲୁଣକୁ କମ୍‌ କରନ୍ତୁ।

ପ୍ରୋସେସ୍‌ ବା ପ୍ୟାକେଟ୍‌ ଖାଦ୍ୟ ଖାଇବାଠାରୁ ନିଜକୁ ଦୂରେଇ ରଖନ୍ତୁ।

ପିଜା, ବର୍ଗର, ସ୍ନାକ୍ସ ଭଳି ଖାଦ୍ୟରେ ପୂର୍ବରୁ ଲୁଣ ମିଶାଯାଇଥାଏ, ଏଭଳି ଖାଦ୍ୟ ଖାଆନ୍ତୁ ନାହିଁ।

ରୋଷେଇ କରିବା ବେଳେ ଲୁଣ କମ୍ କରନ୍ତୁ।

ଲୁଣ ବୋଟଲ ଖାଇବା ଟେବୁଲ ପାଖରେ ରଖନ୍ତୁ ନାହିଁ।

Comment