ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରବିବାର କଟକ ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନମେଣ୍ଟ୍ କଟକଣା ହଟାଯାଇଛି। ପଟ୍ଟାପୋଲ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା କଟକ ମହାନଗର ନିଗମ। ତେବେ ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କରୋନା ରିପୋର୍ଟ ନଗେଟିଭ୍ ଆସିବା ପରେ ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନମେଣ୍ଟ୍ କଟକଣା ହଟାଇ ଦିଆଯାଇଛି। ଏନେଇ ସିଏମ୍‌ସି ଟୁଇଟ କରି  ସୂଚନା ଦେଇଛି।

ଏପ୍ରିଲ ୪ ତାରିଖରୁ ପଟ୍ଟାପୋଲ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା ସିଏମ୍‌ସି। ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କରୋନା ରିପୋର୍ଟ ନଗେଟିଭ୍ ଆସିବା ପରେ ସେଠାରେ କୋରନା ଭାଇରସ ସଂକ୍ରମଣ ହେବାର ଆଶଙ୍କା ନାହିଁ। ତେବେ ପଟ୍ଟାପୋଲ ଅଞ୍ଚଳରେ ପୂର୍ବ ଭଳି ଲକ୍‌ଡାଉନ କଟକଣା ଜାରି ରହିବ। ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

corona

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବାରମ୍ବାର ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ତାରିଖ ଯାଏଁ ସାରା ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି।

Comment