ଓଡ଼ିଶାଲାଇଭ୍ ବ୍ୟୁରୋ
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦିନକୁ ଦିନ ବ୍ୟାଙ୍କିଂ ସେକ୍ଟରର ଚାହିଦା ବଢ଼ିବାକୁ ଲାଗିଛି। ବ୍ୟାଚଲର୍ ଡିଗ୍ରୀ ହାସଲ ପରେ ଅଧିକାଂଶ ଛାତ୍ରଛାତ୍ରୀ ବ୍ୟାଙ୍କିଂ ସେକ୍ଟର ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିପଡ଼ନ୍ତି। ଦିକୁ ଦିନ ବଢ଼ୁଥିବା ପ୍ରତିଯୋଗିତା ସହିତ ବ୍ୟାଙ୍କିଂ ପରୀକ୍ଷାଗୁଡ଼ିକରେ ସଫଳ ହେବା କାଠିକର ହୋଇଗଲାଣି। ଦୃଢ଼ ଇଚ୍ଛାଶକ୍ତି ଏବଂ ବୁଦ୍ଧିମତାର ସହ ପ୍ରସ୍ତୁତି କଲେ ଆପଣ ଏହି ପରୀକ୍ଷାଗୁଡ଼ିକରେ ଉପଯୁକ୍ତ ନମ୍ବର ଆଣି ସଫଳ ହୋଇପାରିବେ।
ଏହି ପ୍ରସ୍ତୁତି ନିମନ୍ତେ ଅଧିକାଂଶ ପ୍ରାର୍ଥୀ କୋଚିଂ କ୍ଲାସର ସାହାଯ୍ୟ ନେଇଥାନ୍ତି ଏବଂ ଆଉକିଛି ଘରେ ରହି (ହୋମ୍ ପ୍ରିପାରେସନ୍) ପ୍ରସ୍ତୁତ ହୁଅନ୍ତି। ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଖେଳିଯାଇଛି। ଯାହାକୁ ଆଖି ଆଗରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାଅନୁଷ୍ଠାନଠୁ ଆରମ୍ଭ କରି ଦୋକାନ ବଦାର ପର୍ଯ୍ଯନ୍ତ ସବୁକୁ ବନ୍ଦ ରଖିବା ସହ ସମସ୍ତଙ୍କୁ ଘରେ ରହିବାକୁ କଠୋର ନିର୍ଦ୍ଦେଶ ଦେଇଛନ୍ତି।
ଜାଣନ୍ତୁ : କରୋନା ଭାଇରସ୍ କଣ – ଜାଣନ୍ତୁ ଏହାର ଲକ୍ଷଣ
ତେବେ ଏହି ସମୟରେ ବ୍ୟାଙ୍କିଂ ସେକ୍ଟର ପାଇଁ ପ୍ରସ୍ତୁତ ହେଉଥିବା କିମ୍ବା ଏହି କ୍ୟାରିଅରରେ ନୂଆକରି ପାଦ ଦେଇଥିବା ଛାତ୍ରଛାତ୍ରୀମାନେ କିଭଳି ଭାବେ ଘରେ ରହି ନିଜକୁ ପ୍ରସ୍ତୁତ କରିବେ ଆସନ୍ତୁ ସେ ବିଷୟରେ ଜାଣିବା
ଏକ୍ସାମ୍ ପାର୍ଟନ ଏବଂ ସିଲାବସ୍ ବିଷୟରେ ସଂପୂର୍ଣ୍ଣ ରୂପେ ଜାଣନ୍ତୁ:
ବ୍ୟାଙ୍କିଂ ଏକ୍ସାମ୍ ଦେବାକୁ ଯାଉଥିବା ପ୍ରାର୍ଥୀମାନେ ଏହାର ଏକ୍ସାମ ପାର୍ଟନ ଓ ସିଲାବସ୍ ବିଷୟରେ ଜାଣିବା ନିହାତି ଆବଶ୍ୟକ। ଏହାଦ୍ୱାରା ପରୀକ୍ଷାରେ ଆସୁଥିବା ପ୍ରଶ୍ନପତ୍ରକୁ ନେଇ ପ୍ରାର୍ଥଙ୍କ ମନରେ କୌଣସି ସନ୍ଦେହ ରହେନାହିଁ। ବ୍ୟାଙ୍କିଂ ସେକ୍ଟରରେ ସମସ୍ତ ପଦବୀ ପାଇଁ ହେଉଥିବା ପରୀକ୍ଷାରେ ପାର୍ଟନ ଏବଂ ସିଲାବସ୍ ଭିନ୍ନ ହୋଇଥାଏ। ମୁଖ୍ୟ ବିଷୟ ଗୁଡ଼ିକ ହେଲା-
ରିଜୋନିଂ ଆବିଲିଟି, କ୍ୱାଣ୍ଟିଟେଟିଭ୍ ଆପ୍ଟିଟ୍ୟୁଡ୍, କମ୍ପ୍ୟୁଟର ଆଓ୍ୱାରନେସ୍, ଜେନେରାଲ ଆଓ୍ୱାରନେସ୍, ଇଂଲିସ୍ ଲାଙ୍ଗୁଏଜ୍ ଇତ୍ୟାଦି।
ସମସ୍ତ ବିଭାଗ ପାଇଁ ଅଲଗା ଟାଇମ୍ ଟେବଲ୍ କରନ୍ତୁ:
କେଉଁ ବିଷୟକୁ କେତେ ଟାଇମ୍ ଦେବେ ଏହାର ଏକ ଟାଇମ ଟେବଲ୍ ବନାନ୍ତୁ। ଯେଉଁ ବିଷୟରେ ଆପଣ ଦୁର୍ବଳ ଅଛନ୍ତି ତାକୁ ଅଧିକ ସମୟ ଦିଅନ୍ତୁ। ବ୍ୟାଙ୍କିଂ ଏକ୍ସାମରେ ବିଷୟ ପିଛା ହାସଲ କରଥିବା ମାର୍କ ଉପରେ ଫଳାଫଳ ନିର୍ଭର କରେ ତେଣୁ ସମସ୍ତ ବିଷୟକୁ ପ୍ରାଥମିକତା ଦେବାକୁ ହେବ।
ଘରେ ରହି ଅନଲାଇନ୍ କୋଚିଂ କ୍ଲାସର ସହାୟତା ନିଅନ୍ତୁ:
କମ୍ପିଟେଟିଭ୍ ଏକ୍ସାମ ପାଇଁ ଉଦ୍ଦିଷ୍ଟ ଓ୍ୱେବସାଇଟଗୁଡ଼ିକରୁ ଆବଶ୍ୟକୀୟ ନୋଟ୍ସ୍ ସଂଗ୍ରହ କରନ୍ତୁ। ଅନଲାଇନ କ୍ଲାସ୍ ଜଏନ୍ କରନ୍ତୁ ଏବଂ ଘରେ ରହି ନିଜର ସମସ୍ତ ଡାଉଟ୍ ଦୂର କରନ୍ତୁ। ସିଲାବସର ଯେକୋଣସି ଭାଗ ଯଦି ଆପଣଙ୍କ ନୋଟରେ ନାହିଁ, ତେବେ ଅନଲାଇନ ଷ୍ଟଡି ମାଟେରିଆଲ୍ସ୍ ଦ୍ୱାରା ମଧ୍ୟ ଆପଣ ଏହାକୁ ସଂଗ୍ରହ କରିପାରିବେ।
ଜାଣନ୍ତୁ : କରୋନା ସତର୍କତା – ଘରେ ରହୁଥିଲେ ଆପଣାନ୍ତୁ ଏହି ଟିପ୍ସ
ମୋକ୍ ଟେଷ୍ଟ ଏବଂ ପୂର୍ବ ବର୍ଷର ପ୍ରଶ୍ନପତ୍ର ପ୍ରାକ୍ଟିସ୍ କରନ୍ତୁ:
ମୋକ୍ ଟେଷ୍ଟ ହେଉଛି ପ୍ରି-ଫାଇନାଲ୍ ଏକ୍ସାମର ପ୍ରସ୍ତୁତି। ପ୍ରତିଦିନ ମୋକ୍ ଟେଷ୍ଟ ଦେବାଦ୍ୱାରା ଆପଣ କେଉଁ ବିଷୟରେ କେତେ ମାର୍କ ରଖୁଛନ୍ତି ଜାଣିପାରିବେ। ଦୁର୍ବଳ ବିଷୟରେ ଅଧିକ କାମ କରିବେ। ଏହା ଦ୍ୱାରା ଆପଣଙ୍କ ସ୍ପିଡ୍ ଏବଂ ପ୍ରାକ୍ଟିସ୍ ବଢ଼େ। ଫାଇନାଲ୍ ଏକ୍ସାମରେ ଆପଣ କିଭଳି ଭାବେ ଟାଇମ ମ୍ୟାନେଜମେଣ୍ଟ କରିପାରିବେ, ତାହା ମଧ୍ୟ ଜାଣିପାରନ୍ତି।
ସବୁଦିନ ନ୍ୟୁଜ୍ ପଢ଼ନ୍ତୁ:
ବ୍ୟାଙ୍କିଂ ସେକ୍ଟର ପାଇଁ କରେଣ୍ଟ ଅଫେୟାର ସହ ଜଡ଼ିତ ରହିବା ନିହାତି ଆବଶ୍ୟକ। ପ୍ରତ୍ୟକ ଦିନ ନ୍ୟୁଜ୍ ପେପର ପଢ଼ନ୍ତୁ କିମ୍ବା ନ୍ୟୁଜ୍ ଚ୍ୟାନେଲ୍ ଦେଖନ୍ତୁ। କିଛି ଜରୁରୀ ସୂଚନା ଥିଲେ ନିଜ ନୋଟରେ ଟିପି ରଖନ୍ତୁ। ଆପଣ ଇ- ନ୍ୟୁଜପେପର ମଧ୍ୟ ଫଲୋ କରିପାରିବେ।
ମାଷ୍ଟର-ଟ୍ରିକ୍ ଆପଣାନ୍ତୁ:
ବ୍ୟାଙ୍କିଂ ଏକ୍ସାମଗୁଡ଼ିକରେ ଆପଣଙ୍କୁ କମ୍ ଟାଇମରେ ଅଧିକ ପ୍ରଶ୍ନର ଉତ୍ତର ଦେବାକୁ ହୋଇଥାଏ। ତେଣୁ ଅଧିକାଂଶ ସମୟରେ ପ୍ରାର୍ଥୀମାନେ ମାନସିକ ଚାପରେ ଆସି ଭୁଲ୍ କରିଥାନ୍ତି। ତେଣୁ ଟାଇମ ମ୍ୟାନେଜମେଣ୍ଟ ପାଇଁ କିଛି ମାଷ୍ଟର ଟ୍ରିକ୍ ଆପଣାନ୍ତୁ ବିଶେଷ କରି ଆପ୍ଟିଟ୍ୟୁଡ୍ ଏବମ ରିଜୋନିଂ ପାଇଁ। ଏହା ଦ୍ୱାରା ଆପଣ କମ୍ ସମୟ ମଧ୍ୟରେ ପ୍ରଶ୍ନ ସମାଧାନ କରିପାରିବେ ଏବଂ ଅଧିକ ପ୍ରଶଅନର ଉତ୍ତର ଦେଇପାରିବେ।
ଆକୁରେସି ପ୍ରତି ଧ୍ୟାନ ଦିଅନ୍ତୁ:
ବ୍ୟାଙ୍କିଂ ଏକ୍ସାମଗୁଡ଼ିକରେ ଭୁଲ୍ ଉତ୍ତର ପାଇଁ ନେଗେଟିଭ୍ ମାର୍କିଂ ଥାଏ। ତେଣୁ ଅଧିକ ପ୍ରଶ୍ନଉତ୍ତର କରିବେ ଭାବି ସଠିକ୍ ଜାଣିନଥିବା ଉତ୍ତର ଦିଅନ୍ତୁ ନାହିଁ। ସବୁବେଳେ ନିର୍ଭୁଲ ଭାବେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଏକ୍ସାମରେ ଆକୁରେସି ଠିକ୍ ରହିଥାଏ ଯାହାକି ଆପଣଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସାହାର୍ଯ୍ୟ କରିଥାଏ।
ଅଧିକ ପ୍ରାକ୍ଟିସ୍ କରନ୍ତୁ:
ସଫଳତାର ମୂଳମନ୍ତ୍ର ହେଉଛି ଅଧିକ ପ୍ରାକ୍ଟିସ୍। ବ୍ୟାଙ୍କିଂ ଏକ୍ସାମ ପାଇଁ ଉଦ୍ଦିଷ୍ଟ ଟେଷ୍ଟ ସିରିଜ୍ଗୁଡ଼ିକୁ ଅଧିକ ପ୍ରାକ୍ଟିସ୍ କରନ୍ତୁ। ଏହା ଦ୍ୱାରା ଆପଣ ସବୁପ୍ରକାର ପ୍ରଶ୍ନ ବିଷୟରେ ଜାଣିପାରିବେ ଏବଂ ଫାଇନାଲ ଏକ୍ସାମରେ ଆପଣଙ୍କ ପ୍ରଶ୍ନପତ୍ର ବୁଝିବାରେ ବିଶେଷ ଅସୁବିଧା ହେବନାହିଁ।
ଏହିପରି ଭାବେ ଘରେ ରହି ମଧ୍ୟ ଆପଣ ନିଜକୁ ବ୍ୟାଙ୍କିଂ ସେକ୍ଟର ପାଇଁ ପ୍ରସ୍ତୁତ କରିପାରିବେ। କେବଳ କିଛିଟା ଦିଗ ପ୍ରତି ଧ୍ୟାନ ଦେଲେ ସଫଳ ହେବା ସମ୍ଭବ ହୋଇଥାଏ।
source – www.odisha.live