ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଯାଜପୁରରେ କିଛି ଜରୁରୀ ଦୋକାନ ଖୋଲିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଏନେଇ କେବଳ ରବିବାର ଗ୍ୟାରେଜ, ବହି ଦୋକାନ ଓ ଇଲେକ୍ଟ୍ରି ସରଞ୍ଜାମ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ରବିବାର ସକାଳ ୬ଟାରୁ ଦିନ ୧୦ଟା ଯାଏଁ ଏହି ସବୁ ଦୋକାନ ଖୋଲା ରହିବ।

ସାମାଜିକ ଦୂରତା ଭଙ୍ଗ ଓ ଗହଳିକୁ ଦୃଷ୍ଟିରେ ରଖି ସବୁଦିନ ଦୋକାନ ଖୋଲିବନି। କେବଳ ସାଇକେଲ ଦୋକାନ ପ୍ରତିଦିନ ସକାଳ ୬ଟାରୁ ୧୦ଟା ଯାଏଁ ଖୋଲା ରହିବ।

corona

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଯାଜପୁରର। ତେଣୁ ଯାଜପୁର ଜିଲ୍ଲାରେ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛି ଜିଲ୍ଲା ପ୍ରଶାସନ।

ଏହାସହ ଭୁବନେଶ୍ଵରରେ ସର୍ବାଧିକ ୪୬ କରୋନା ଆକ୍ରାନ୍ତ ଚିହ୍ନ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment