ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୁରୁତ୍ୱ।

ଖରାଦିନେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ନୂଆ ପଦକ୍ଷେପ ନେଇଛି। ଯେଉଁଠି ପାଣି ସମସ୍ୟା ଥିବ ସେଠାକାର ଲେକେ ସରକାରଙ୍କ ନିକଟରେ ତତ୍‌କ୍ଷଣାତ୍‌ ଅଭିଯୋଗ କରିବା ପାଇଁ ବିଭାଗ ଟୋଲ ଫ୍ରି ନମ୍ବର ଜାରି କରିଛି। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ଅଲଗା ଅଲଗା ନମ୍ବର ଜାରି କରାଯାଇଛି।

ଗ୍ରାମାଞ୍ଚଳ ପାଇଁ ନମ୍ବର ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦୩୪୫୬୭୮୩ ନମ୍ବର ଜାରି କରାଯାଇଛି। ଲୋକେ ଏହି ନମ୍ବରକୁ ଫୋନ୍‌ କରି ଅଭିଯୋଗ କଲେ କୌଣସି ଶୁଳ୍କ ଦେବାକୁ ପଡ଼ିବନାହିଁ।

ଖରାଦିନେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କୁ କେମିତି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେନେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଆଜି ସମୀକ୍ଷା କରିଥିଲେ। ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଥିଲା। ଏହାସହ ଅଚଳ ନଳକୂପକୁ ମରାମତି କରିବା ଏବଂ ବିଶୁଦ୍ଧ ପାନୀୟ ଜଳ ନଥିବା ଅଞ୍ଚଳରେ କିପରି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ସେନେଇ ଆଲୋଚନା କରାଯାଇଥିଲା।

‘‘ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବରରେ ଅଭିଯୋଗ ଆସିବା ମାତ୍ରେ ଅଧିକାରୀମାନେ ତୁରନ୍ତ ସମସ୍ୟାର ସମାଧାନ କରିବେ। ଯେଉଁଠି ପାନୀୟ ଜଳ ସମସ୍ୟା ରହିଛି ସେଠି ଆମେ ବଡ଼ ଟ୍ୟାଙ୍କର ଜରିଆରେ ପାଣି ଯୋଗାଇବୁ। ଯୁଦ୍ଧକାଳୀନ ଭିତ୍ତିରେ ଅଚଳ ନଳକୂପ ମରାମତି ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି’’, କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା।

Comment