ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ମଧ୍ୟରେ ଏକ ଭଲ ଖବର ମଧ୍ୟ ସାମ୍ନାକୁ ଆସିଛି। ଦେଶର ୩୨୫ ଜିଲ୍ଲା ଏଯାଏଁ କରୋନା ଆକ୍ରାନ୍ତ ହୋଇନାହିଁ। ଏହାସହ କରୋନାରେ ମୃତ୍ୟୁ ହାରଠାରୁ ସୁସ୍ଥ ହାର ୪ଗୁଣା ଅଧିକା। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ କରୋନାରେ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି।

ଦେଶରେ କରୋନା ମୃତ୍ୟୁ ହାର ୩.୩ ପ୍ରତିଶତ ହୋଇଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ହାର ୧୨.୦୨ ରହିଛି। ସେହିପରି ଅନେକ ଜିଲ୍ଲା ରହିଛି ଯେଉଁଠି ପ୍ରଥମ ରୋଗୀ ଚିହ୍ନଟ ହେବା ପରେ ବ୍ୟାପକ ପଦକ୍ଷେପ ଯୋଗୁଁ ସେଠାରେ ଆଉ କରୋନା ଚିହ୍ନଟ ହୋଇନାହିଁ।

corona

୧୭ଟି ରାଜ୍ୟର ୨୭ ଜିଲ୍ଲା ଅଛି ଯେଉଁଠି ଗତ ୧୪ ଦିନ ମଧ୍ୟରେ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି। ସେହିପରି ଓଡ଼ିଶାରେ ୨ ଦିନ ମଧ୍ୟରେ ୨ ହଜାର ୪୦ ନମୁନା ପରୀକ୍ଷା ହୋଇଛି, ଯେଉଁଥିରେ କେହି ବି ପିଜିଟିଭ ଚିହ୍ନଟ ହୋଇନାହାନ୍ତି।

କରୋନା ସଂକ୍ରମଣକୁ ରୋକିକାବୁ ଭାରତ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାସହ ମେ’ ୩ ତାରିଖ ଯାଏଁ ସାରା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି।

Comment