ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ କୃଷି କାର୍ଯ୍ୟ ଓ ନିର୍ମାଣ କାମ ଉପରେ କଟକଣା କୋହଳ କରାଯାଇଛି। ତେବେ ନିର୍ମାଣ କାମ କେମିତି ହେବ ସେନେଇ ସ୍ୱତନ୍ତ୍ର ରିଲିଫ୍ କମିସନର ଗାଇଡଲାଇନ୍‌ ଜାରି କରିଛନ୍ତି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।

  • ନିର୍ମାଣ କାମ ବେଳେ ସାମାଜିକ ଦୂରତ୍ୱ ରକ୍ଷା କରାଯିବ।
  • ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
  • ବାହାରୁ ଆସୁଥିବା ଶ୍ରମିକମାନଙ୍କ ପାଇଁ ଠିକା ସଂସ୍ଥା ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ। ଗୋଟିଏ ଗାଡ଼ିରେ କ୍ଷମତାଠାରୁ ଅଧିକ ଶ୍ରମିକ ଯାଇପାରିବେନି।
  • ଶ୍ରମିକମାନେ ଏକାଠି ବସି ପାରିବେ ନାହିଁ। ବିଶ୍ରାମ କକ୍ଷ ଏବଂ ଭୋଜନ ବେଳେ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯିବ।
  • କାର୍ଯ୍ୟସ୍ଥଳରେ ବାଲ୍‌ଟି, ମଗ୍‌, ସାବୁନ୍‌, ଟାୱେଲ ରହିବ। ହାତ ଧୋଇବା ପାଇଁ ସଂପୃକ୍ତ ଠିକା ସଂସ୍ଥା ବ୍ୟବସ୍ଥା କରିବେ।
  • ୬୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି।
  • ନିର୍ମାଣସ୍ଥଳରେ ପାନ, ଗୁଟଖା ସେବନ ବନ୍ଦ ସହ ଛେପ ପକାଇବାକୁ ମନା କରାଯାଇଛି।
  • ଅଧିକ ଖରା ହେଉଥିବାରୁ ଠିକା ସଂସ୍ଥା ପକ୍ଷରୁ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ।
  • ଶ୍ରମିକ ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯିବ।

Comment