ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁ ବୟସର ସବୁ ଅବସ୍ଥାର ମହିଳାମାନଙ୍କୁ ବ୍ୟାୟାମ କରିବା ଜରୁରୀ। ଏହା ଶରୀରରୁ କ୍ୟାଲୋରୀ ଓ ଚର୍ବି କମାଇବା ସହ ଶରୀରକୁ ସୁସ୍ଥ ରଖିଥାଏ।

ଅନେକ ଲୋକ ଭାବନ୍ତି ଯେ ଗର୍ଭାବସ୍ଥାରେ ବ୍ୟାୟାମ ଉଭୟ ମା’ ଓ ଗର୍ଭସ୍ଥ ଶିଶୁ ପାଇଁ ଭଲ ହୋଇ ନ ଥାଏ, କିନ୍ତୁ ଏହା ଭୁଲ। ପ୍ରସୂତି ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଗର୍ଭବତୀ ନାରୀମାନେ ହାଲୁକା ବ୍ୟାୟାମ କରିପାରିବେ। ହାଲୁକା ବ୍ୟାୟାମ କରିବା ଦ୍ୱାରା ଶରୀର ଯନ୍ତ୍ରଣା, ଆଣ୍ଠୁ ବିନ୍ଧା, କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। କିନ୍ତୁ ବ୍ୟାୟାମ ସମୟରେ ପେଟ ଯନ୍ତ୍ରଣା ହେଲେ ବ୍ୟାୟାମକୁ ବନ୍ଦ କରି ପ୍ରସୂତିଙ୍କ ପରାମର୍ଶ ନେଇପାରିବେ।

୧- ପ୍ରଥମେ ଚକାମାଡ଼ି ବସିବେ। ଏହାପରେ ଦୀର୍ଘ ନିଶ୍ୱାସ ନେଇ ମୁଣ୍ଡକୁ କ୍ଲକ୍‌ ଓ୍ୱାଇଜ୍‌ ଓ ଆଣ୍ଟି କ୍ଲକ୍‌ ଓ୍ୱାଇଜ ବୁଲାଇବେ। ଏହାକୁ ୫ ଥର କରିବେ।

୨- ଦୁଇ ହାତ ଦୁଇ କାନ୍ଧ ଉପରେ ରଖି ହାତକୁ ଆଣ୍ଟି କ୍ଲକ୍‌ ଓ୍ୱାଇଜ୍‌ ଓ କ୍ଲକ୍‌ ଓ୍ୱାଇଜ ବୁଲାଇବେ। ଏହାକୁ ୫ ଥର କରିବେ।

୩ – ସକାଳେ ଓ ସନ୍ଧ୍ୟା ବେଳେ ବଗିଚାରେ ବା ପାର୍କରେ ଧୀରେ ଧୀରେ କରି ଚାଲିପାରିବେ।

୪ – ବକ୍ରାସନ – ତଳେ ଗୋଡ଼ ଲମ୍ବାଇ ବସନ୍ତୁ। ଏହାପରେ ବାମଗୋଡ଼କୁ ଡାହାଣ ପଟରେ ରଖି ଡାହାଣ ପଟକୁ ବୁଲି ଚାହାଁନ୍ତୁ। ସେହିପରି ଡାହାଣ ଗୋଡ଼କୁ ବାମ ପଟେ ରଖି ବାକ ପଟକୁ ବୁଲି ଚାହାଁନ୍ତୁ। ଏହା ଦ୍ୱାରା ମେରୁଦଣ୍ଡ, ଗୋଡ଼, ହାତ, ବେକ ମାଂସପେଶୀ ସୁଦୃଢ଼ ରହିବ।

୫ – ଶବାସନ – ତଳେ ସିଧା ଶୋଇ ରହିବେ, ହାତ ଏବଂ ଗୋଡ଼କୁ ଖୋଲି ରଖିବେ। ୧୦ ମିନିଟ୍‌ ପାଇଁ ବିଶ୍ରାମ କରିବେ।

Comment