ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ହେଲେ ଏହା ମଧ୍ୟରେ ନିଜ ଦାୟିତ୍ଵ ଭୁଲି ନାହାନ୍ତି ପୋଲିସ କର୍ମଚାରୀ। ସୁରକ୍ଷା ଦେବା ସହ ଅସହାୟ ଗରିବଙ୍କୁ ସାହାଯ୍ୟ କରୁଛନ୍ତି ପୋଲିସ। ପୁଣି ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଉତ୍ତପ୍ରଦେଶରେ। ଭୋକ ଉପାସରେ ଥିବା ଗରିବ ଆଦିବାସୀଙ୍କ ପାଇଁ ପୋଲିସ ୧୮ ଶହ ଫୁଟ୍‌ର ପାହାଡ଼ ଚଢ଼ି ଯାଇ ରାସନ ଯୋଗାଇଛନ୍ତି।

ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଭଣ୍ଡାରପାନି ଗାଁର ଆଦିବାସୀମାନଙ୍କ ପାଇଁ ପୋଲିସ ଏହି ମୁହୂର୍ତ୍ତର ଦୂତ ବୋଲି ପ୍ରମାଣିତ କରିଛି। ଭୋକ ଓ ଶୋଷରେ ପୀଡ଼ିତ ଲୋକଙ୍କ ପାଇଁ ପୋଲିସ୍ କର୍ମଚାରୀମାନେ ଏହି ସହଯୋଗ କରିଛନ୍ତି। ସେଠାରେ ପୋଲିସକୁ ଦେଖି ଖୁସି ହୋଇଯାଇଥିଲେ ସ୍ଥାନୀୟ ଲୋକ।

ଭଣ୍ଡାରପାନି ପାହାଡ଼ରେ ପୋଲିସ୍ କର୍ମଚାରୀମାନେ ସକାଳ ୬ଟାରୁ ଜଙ୍ଗଲ ବିଭାଗର ସହାୟତାରେ ପାହାଡ଼ ଉପରେ ଯାତ୍ରା ଆରମ୍ଭ କରି ରାତି ୧୨ଟା ସମୟରେ ଭଣ୍ଡାରିପାନି ପାହାଡରେ ପହଞ୍ଚିଥିଲେ ଯେଉଁଠାରେ ଆଦିବାସୀମାନେ ବାସ କରନ୍ତି।

ପୋଲିସ କର୍ମଚାରୀମାନେ ଘର ବୁଲି ବୁଲି ସମସ୍ତ ଆଦିବାସୀଙ୍କୁ ରାସନ ବଣ୍ଟନ କରିଥିଲେ। ଏଥି ସହିତ କାହାର କୌଣସି ପ୍ରକାରର ସମସ୍ୟା ଅଛି କି ନାହିଁ ତାହା ମଧ୍ୟ ପଚାରି ବୁଝିଥିଲେ। କିଛି ଲୋକ ସାଧାରଣ କାଶ ଏବଂ ଗଣ୍ଠି ଯନ୍ତ୍ରଣା ବିଷୟରେ ଅଭିଯୋଗ କରିଥିଲେ, ସେମାନଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଛି।

Comment