ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକଡାଉନରେ ବଲିଉଡ ହିରୋ ବରୁଣ ଧଓ୍ୱନଙ୍କୁ ଫିଟନେସ୍‌ ଚିନ୍ତା। ଘରେ ବୁହାଉଛନ୍ତି ଝାଳ।

ଦେଶରେ କରୋନା ଆରମ୍ଭ ହେବା ଦିନଠାରୁ ସମସ୍ତେ ଘରେ ବନ୍ଦୀ ହୋଇ ଅଛନ୍ତି। ଲୋକଙ୍କର ଓ୍ୱାର୍କଆଉଟ କରିବା, ଜିମ ଯିବା ବନ୍ଦ ହୋଇଛି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ବରୁଣ ଧଓ୍ୱନ ତାଙ୍କ ଫିଟନେସର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି।

ଇନଷ୍ଟାଗ୍ରାମରେ ବରୁଣ ତାଙ୍କ ବ୍ୟାୟାମର ଏକ ଫଟୋ ସେୟାର କରିଛନ୍ତି।  ବରୁଣ ଘରେ ରହି ଓ୍ୱାର୍କାଆଉଟ କରି ଝାଳ ବୁହାଉଥିବାର ଫଟୋରେ ଦେଖିବାକୁ ମିଳିଛି।  ଏହି ଫଟୋରୁ ଜଣାପଡ଼ୁଛି ଯେ ବରୁଣ ଲକଡାଉନରେ ନିଜ ଫିଟନେସକୁ ଅଣଦେଖା କରିନାହାନ୍ତି।

ବରୁଣ ଧୱନଙ୍କ ପୂର୍ବରୁ ଅନିଲ କପୁର ମଧ୍ୟ ତାଙ୍କ ବ୍ୟାୟାମ ସମ୍ବନ୍ଧୀୟ କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେ ସେହି ଫଟୋଗୁଡ଼ିକ ମାଧ୍ୟମରେ ଲୋକଙ୍କୁ ଫିଟ୍ ରହିବାକୁ ପ୍ରେରଣା ଦେଇଥିଲେ।

ଅନ୍ୟପକ୍ଷରେ ବରୁଣ ତାଙ୍କ ବାପା ଡେଭିଡ ଧୱନଙ୍କ ଫିଲ୍ମ କୁଲି ନଂ ୧ରେ ନଜର ଆସିବେ। ଏହି ଫିଲ୍ମରେ ବରୁଣଙ୍କ ବିପକ୍ଷରେ ସାରା ଅଲ୍ଲୀ ଖାନ ଅଭିନୟ କରିବେ।  ଏହି ସମୟରେ କରୋନା ଭାଇରସ ଯୋଗୁଁ ଫିଲ୍ମକୁ ସ୍ଥଗିତ ରଖାଯାଇଛି| ଫିଲ୍ମର ଟ୍ରେଲର ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ।

Comment