ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ସୋମବାର ଆଉ ସାତଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ରାଜ୍ୟ ସରକାର ଏହି ନୂଆ ଆକ୍ରାନ୍ତମାନଙ୍କର ତଥ୍ୟ ପ୍ରଦାନ କରିଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଭଦ୍ରକ ଜିଲ୍ଲାରେ ଆଉ ୫ ଜଣ ଲୋକ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ସେମାନଙ୍କର ବୟସ ଯଥାକ୍ରମେ ୪୮ ବର୍ଷ, ୫୫ ବର୍ଷ, ୫୭ ବର୍ଷ, ୫୮ ବର୍ଷ ଓ ୬୬ ବର୍ଷ ସହ ସମସ୍ତେ ପୁରୁଷ ବୋଲି କୁହାଯାଇଛି। ତେବେ ସେମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନି। ସେମାନେ କାହା କାହା ସଂସ୍ପର୍ଶରେ ଆସିଥିଲେ ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ତଥ୍ୟ ଦେଇନାହାନ୍ତି।

corona

ସେହିଭଳି ବାଲେଶ୍ୱର ଜିଲ୍ଲାରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୩୨ ବର୍ଷୀୟ ପୁରୁଷ ରହିଥିବାବେଳେ ଜଣେ ୨ ବର୍ଷର ଶିଶୁ କନ୍ୟା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏହି ସାତ ଜଣ ଆକ୍ରାନ୍ତଙ୍କ ସହିତ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ସେହିଭଳି ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮ ଓ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଖୁବଶୀଘ୍ର ଆକ୍ରାନ୍ତମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଜଣାପଡ଼ିବ ବୋଲି କୁହାଯାଇଛି।

Comment