ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ମଙ୍ଗଳବାର ବାଲେଶ୍ଵର ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ। ବାଲେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଜିପି। ଜଳେଶ୍ଵରରେ ପହଞ୍ଚି ପୋଲିସ ଡିଜିପି ଅଭୟ ଓଡ଼ିଶା ଓ ପଶ୍ଚିମବଙ୍ଗର ସ୍ଥିତି ଅନଧ୍ୟାନ କରିଛନ୍ତି।

ସୀମା ଦେଇ ଅନେକ ଲୋକ ଓଡ଼ିଶାରେ ପ୍ରବେଶ କରିଛନ୍ତି। ତେବେ ଏହାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲ।

ବାଲେଶ୍ଵରରେ ଦୁଇ ଦିନରେ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଜିଲ୍ଲାରେ ମୋଟ ୮ କରୋନା ଆକ୍ରାନ୍ତ ଅଛନ୍ତି। ପୂର୍ବରୁ ଜଣେ ଚିହ୍ନଟ ହୋଇଥିବା ବେଳେ ସୋମବାର ଦୁଇଜଣ ଓ ମଙ୍ଘ୍ଲବାର ୫ ଜଣ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଆସିଥିବା ସୂଚନା ମିଳିଛି।

ଏହାସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍‌ କେସ ୫୩ ରହିଥିବା ବେଳେ ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୧୧ ହଜାର ୭୪୮ଟି ସାମ୍ପଲ ଟେଷ୍ଟ ହୋଇଛି।

LEAVE A REPLY

Please enter your comment!
Please enter your name here