ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନର ରହସ୍ୟମୟ କିରାଡୁ ମନ୍ଦିର। ଯେଉଁଠି ରାତି ହେଲେ ହୋଇଯାଏ ଶୂନଶାନ।

ବିଶ୍ୱରେ ଅନେକ ମନ୍ଦିର ଅଛି, ଯାହା ପଛରେ ଅନେକ ରହସ୍ୟ ରହିଛି। ବିଶେଷ କରି ଭାରତରେ ଏଭଳି ଅନେକ ରହସ୍ୟମୟ ମନ୍ଦିର ଦେଖିବାକୁ ମିଳେ।

ଆଜି ଆମେ ଆପଣଙ୍କୁ ଏକ ଏଭଳି ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁ ମନ୍ଦିରରେ ଦିନସାରା ତ ଭିଡ଼ ଥାଏ କିନ୍ତୁ ସନ୍ଧ୍ୟା ହେଲେ ସେଠାରୁ ଲୋକେ ପଳାନ୍ତି। ବିଶ୍ୱାସ ରହିଛି ଯେ, ଯିଏ ରାତିରେ ଏଠାରେ ଅଟକି ରହିବ ସିଏ ପଥର ହୋଇଯାଏ|

ଏହି ମନ୍ଦିରର ନାମ ହେଉଛି କିରାଡୁ ମନ୍ଦିର। ରାଜସ୍ଥାନର ବଡ଼ମେର ଜିଲ୍ଲାରେ ରହିଛି। କଳା ସ୍ଥାପତ୍ୟ ପାଇଁ ଏହି ମନ୍ଦିର ବିଶ୍ୱ ପ୍ରସିଦ୍ଧ। ତେବେ ମନ୍ଦିର କେବେଠୁ ଓ କିଏ ନିର୍ମାଣ କରିଥିଲେ ତାହା ଆଜିଯାଏଁ ଜଣାପଡ଼ିନି।

ଏଠାରେ ପାଞ୍ଚଟି ମନ୍ଦିର ରହିଛି। ବିଷ୍ଣୁ ମନ୍ଦିର ଏବଂ ଶିବ ମନ୍ଦିର ସାମାନ୍ୟ ଭଲ ଅବସ୍ଥାରେ ଥିବାବେଳେ ବାକି ମନ୍ଦିରଗୁଡ଼ିକ ଧ୍ୱଂସ ହୋଇଯାଇଛି।

ବିଶ୍ୱାସ କରାଯାଏ ଯେ ବହୁ ବର୍ଷ ପୂର୍ବେ ଜଣେ ସିଦ୍ଧ ଭିକ୍ଷୁ ତାଙ୍କର କିଛି ଶିଷ୍ୟଙ୍କ ସହିତ କିରାଡୁ ଆସିଥିଲେ। ଦିନେ ସେ ନିଜ ଶିଷ୍ୟମାନଙ୍କୁ ଛାଡି ଅନ୍ୟତ୍ର ଭ୍ରମଣ କରିବାକୁ ଯାଇଥିଲେ।  ଏହି ସମୟରେ ତାଙ୍କର ଜଣେ ଶିଷ୍ୟଙ୍କର ଦେହ ଖରାପ ହୋଇଥିଲା।  ଏହାପରେ ବାକି ଶିଷ୍ୟମାନେ ଗ୍ରାମବାସୀଙ୍କୁ ସାହାଯ୍ୟ ମାଗିଥିଲେ।

କିନ୍ତୁ କେହି ସେମାନଙ୍କୁ ସାହାଯ୍ୟ କରିନଥିଲେ। ପରେ ଯେତେବେଳେ ସାଧୁ ସେଠାକୁ ଆସିଲେ। ସବୁ କଥା ଜାଣିବା ପରେ ସାଧୁ ରାଗି ଯାଇ ଗାଁ ଲୋକଙ୍କୁ ଅଭିଶାପ ଦେଇଥିଲେ ଯେ ସୂର୍ଯ୍ୟାସ୍ତ ପରେ ସମସ୍ତ ଲୋକ ପଥର ହୋଇଯିବେ। ଏହାକୁ ବିଶ୍ୱାସ କରି ଲୋକେ ସନ୍ଧ୍ୟା ହେଲେ ମନ୍ଦିରରୁ ଚାଲି ଆସନ୍ତି।

Comment