ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜଧାନୀ ଭୁବନେଶ୍ୱର ପରେ ରାଜ୍ୟର ତିନୋଟି ଅଧିକ କରୋନା ପ୍ରଭାବିତ ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ୩ ଜଣ ସଚିବଙ୍କୁ ନିଯୁକ୍ତ କରାଯାଇଛି।

ବାଲେଶ୍ୱର  ଜିଲ୍ଲା ପାଇଁ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏସକେ ବଶିଷ୍ଠ ନିଯୁକ୍ତ ହୋଇଥିବାବେଳେ ଭଦ୍ରକ ଜିଲ୍ଲା ଦାୟିତ୍ୱରେ ରହିବେ ଅବକାରୀ ବିଭାଗ ପ୍ରମୁଖ ସଚିବ ଏସକେ ଲେହାନି। ସେହିଭଳି ଯାଜପୁର ଜିଲ୍ଲାର ଦାୟିତ୍ୱ ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ଦିଆଯାଇଛି।

corona

ଏହି ୩ଜଣ ସଚିବ ଏହି ତିନି ଜିଲ୍ଲାର କରୋନା ମୁକାବିଲା ପାଇଁ କାର୍ଯ୍ୟ କରିବେ। ଜିଲ୍ଲାରେ କରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ସେ ନେଇ ସେମାନେ ଯୋଜନା ପ୍ରସ୍ତୁତ କରିବେ। ଏଥିସହିତ ଜିଲ୍ଲାର ବିଭିନ୍ନ କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକମାନେ କିଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ, ଜିଲ୍ଲାରେ କିଭଳି କରୋନା ନୀତିନିୟମ ଠିକ୍ ଭାବେ ପାଳନ ହେବ, କଟକଣା ସମସ୍ତ ଜାଗାରେ କାର୍ଯ୍ୟକାରୀ ହେବ ସେନେଇ ସଚିବମାନେ କାର୍ଯ୍ୟ କରିବେ। ଏଥିସହିତ କରୋନା ମୁକାବିଲା ପାଇଁ ଏହି ସଚିବମାନେ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିବେ ବୋଲି ଜଣାପଡ଼ିଛି।

Comment