ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭଦ୍ରକରେ ପୁଣି ଚିହ୍ନଟ ହେଲେ ୪ ଜଣ କରୋନା ପଜିଟିଭ୍। ଶୁକ୍ରବାର ଜିଲ୍ଲାର ତିହିଡ଼ି ଓ ଧାମନଗର ବ୍ଲକରୁ ଚାରିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି।

ଏହି ଚାରିଜଣ ନୂଆ ଆକ୍ରାନ୍ତ ସମସ୍ତେ ପୁରୁଷ ବୋଲି ଜଣାପଡ଼ିଛି। ଏମାନଙ୍କ ବୟସ ଯଥାକ୍ରମେ ୪୦, ୨୯, ୪୧ ଏବଂ ୨୪ ବର୍ଷ। ସମସ୍ତ ଆକ୍ରାନ୍ତ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିଲେ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ଭଦ୍ରକରେ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ପୂର୍ବରୁ କେବଳ ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିଲେ। ହେଲେ ଏଥର ଜିଲ୍ଲାର ତିହିଡ଼ି ଓ ଧାମନଗର ବ୍ଲକରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ କେବଳ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି।

ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୯୪କୁ ବୃଦ୍ଧି ପାଇଥିବାବେଳେ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ଏବେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ରାଜ୍ୟରେ ୬୦କୁ ବୃଦ୍ଧି ପାଇଛି।

Comment