ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରୋନା ଭାଇରସ ଏବଂ ଲକଡାଉନକୁ ଦୃଷ୍ଟିରେ ରଖି ଏକ ନୂଆ ଗୀତ ରିଲିଜ କରିଛନ୍ତି ବଲିଉଡ ଅଭିନେତା ଅଜୟ ଦେବଗନ। ଏହି ଗୀତର ଟାଇଟଲ ହେଉଛି ‘ଠେହେର୍‌ ଯା’। ଏହି ଗୀତ ସାହାଯ୍ୟରେ ଅଜୟ ଦେଶବାସୀଙ୍କୁ ଏହି ଲକଡାଉନ୍‌ ସମୟକୁ ଉପଭୋଗ କରିବାକୁ କହିଛନ୍ତି। ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନିଜ ଲୋକଙ୍କ ପାଇଁ କିଛି ସମୟ ଅଟକି ଜୀବନର ଛୋଟ ଖୁସିକୁ ଅନୁଭବ କରିବାକୁ ଏହି ଗୀତରେ କୁହାଯାଇଛି।

ଏହି ଗୀତକୁ ଅନିଲ ର୍ବର୍ମା ଲେଖିଥିଲା ବେଳେ ମେହୁଲ ବ୍ୟାସ ଏଥିରେ କଣ୍ଠଦାନ କରିଛନ୍ତି। ଗୀତଟିକୁ ଅଜୟ ଦେବଗାନ୍ ନିଜେ ପ୍ରଡ୍ୟୁସ କରିଛନ୍ତି। ଗୀତଟି ଅଜୟଙ୍କ ଘର ଓ ବଗିଚାରେ ସୁଟିଂ ହୋଇଛି। ଅଜୟଙ୍କ ଏହି ଗୀତକୁ ଦର୍ଶକ ମଧ୍ୟ ପସନ୍ଦ କରିଛନ୍ତି।

ଅଜୟ ଦେବଗନଙ୍କ ବଲିଉଡ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ଆଗାମୀ ଦିନରେ ସେ ଅକ୍ଷୟ କୁମାର ଏବଂ ରଣବୀର ସିଂଙ୍କ ସହିତ  ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ। କରୋନା ଯୋଗୁଁ ଫିଲ୍ମ ରିଲିଜକୁ ସ୍ଥଗିତ ରଖାଯାଇଛି।

Comment