ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ସବୁଠୁ ମହଙ୍ଗା ପରିବା। ଯାହାର ଦାମ୍‌ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ କ’ଣ ତା’ର ନାଁ।

ସାଧାରଣତଃ ପନିପରିବାର ଦାମ୍‌ ମାଂସ ଏବଂ ମାଛର ଦାମଠାରୁ କମ୍ ରହିଥାଏ।  କିନ୍ତୁ ଦୁନିଆରେ ଏପରି ଏକ ପନିପରିବା ଅଛି, ଯାହାର ଦାମ୍‌ ଏତେ ଅଧିକ ଯେ ବଡ଼ ଧନୀ ଲୋକମାନେ ମଧ୍ୟ ଏହାକୁ କିଣିବା ପୂର୍ବରୁ ଚିନ୍ତା କରିବେ।  ଏହି ପରିବା ହେଲା ହପ୍‌ ସୁଟ୍‌ସ। ଏହାର ଦାମ୍‌ କଲୋ ପିଛା ୮୨ ହଜାର ଟଙ୍କା। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି ପରିବାରେ ଏମିତି କ’ଣ ଅଛି ଯେଉଁଥିପାଇଁ ଏହାର ଦାମ୍‌ ଏତେ ଅଧିକ ରହିଛି।

ହପ୍ ସୁଟ୍‌ସରେ ଔଷଧୀୟ ଗୁଣ ଭରପୂର ରହିଛି। ଏଥିରେ ଥିବା ଫୁଲକୁ ‘ହପ୍ କୋନ୍ସ’ କୁହାଯାଏ। ଏହାର ଫୁଲ ବିୟର ତିଆରି ପାଇଁ ବ୍ୟବହୃତ ହେଉଥିବାବେଳେ ବାକି ଡାଳଗୁଡିକ ଖାଦ୍ୟ ଭାବରେ ବ୍ୟବହୃତ ହୁଏ। ଏହା କୌଣସି ବଜାର କିମ୍ବା ଷ୍ଟୋର୍‌ରେ କ୍ୱଚିତ୍ ଦେଖାଯାଏ। ଯକ୍ଷ୍ମା ପରି ଗୁରୁତର ରୋଗର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ।

‘ହପ୍ ସୁଟ୍’କୁ କଞ୍ଚା ଖାଇ ହେବ। ଏହାର ଡାଳଗୁଡିକ ସାଲାଡ କରିପାରିବେ। ଏହାର ଆଚାର ମଧ୍ୟ ତିଆରି କରାଯାଇପାରେ, ଯାହା ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଲାଭଦାୟକ।

ପ୍ରଥମେ ଏହାର ଚାଷ ଉତ୍ତର ଜର୍ମାନୀରେ ଆରମ୍ଭ ହୋଇଥିଲା ଏବଂ ଏହା ପରେ ଏହା ଧୀରେ ଧୀରେ ସମଗ୍ର ବିଶ୍ୱରେ ଏହା ଚାଷ ଆରମ୍ଭ ହେଲା।

Comment