ଓଡ଼ିଶାଲାଇଭ୍ ବ୍ୟୁରୋ

hops-4

ଖାଇବା ସାମଗ୍ରୀ ମଧ୍ୟରୁ ପନିପରିବା ସବୁଠୁ ଶସ୍ତାରେ ମିଳେ। ତେବେ ଦୁନିଆରେ ସବୁଠୁ ଦାମୀ ପରିବା ବିଷୟରେ ଜାଣନ୍ତି କି? ଯାହାର ଦାମ୍ ସାଧାରଣ ପରିବା ବା ମାଛମାଂସଠୁ ମଧ୍ୟ ବହୁ ଗୁଣରେ ଅଧିକ। କିଲୋ ପ୍ରତି ୮୦୦୦୦ ଟଙ୍କାରେ ବିକ୍ରି ହେଉଥିବା ଏହି ପରିବାର ନାମ ହେଉଛି “ହପ୍ ସୁଟ୍ସ୍”। ଏହାର ଫୁଲକୁ “ହପ୍ କୋନ୍ସ” କୁହାଯାଏ। ବଜାର ତଥା ଷ୍ଟୋରଗୁଡ଼ିକରେ ଏହି ପରିବା ମିଳିବା ସୁସ୍କିଲ୍।

ତେବେ ଏହାର ଫୁଲ ହପ୍ କୋନ୍ସକୁ ବିୟର ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ। ଏହା ବ୍ୟତୀତ ଏହାର ଡାଳ ବା ଡେମ୍ଫକୁ ଆପଣ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ। ଏହି ପରିବାରେ ରହିଛି ଅନେକ ଓୌଷଧିୟ ଗୁଣ।

hops-5

ପ୍ରାୟ ୮୦୦ ଶତାବ୍ଦୀରେ ଏହାକୁ ଆବିଷ୍କାର କରାଯାଇଥିଲା। ଉତ୍ତର ଜର୍ମାନୀର କୃଷକମାନେ ପ୍ରଥମେ ଏହାକୁ ବିୟରର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରିଥିଲେ। ପରେ ୧୭୧୦ରେ ଇଂଲଣ୍ଡ ପାର୍ଲିଆମେଣ୍ଟ ଏହା ଉପରେ ଟ୍ୟାକ୍ସ ଲଗାଇଥିଲେ ଏବଂ ସବୁପ୍ରକାର ବିୟର ପ୍ରସ୍ତୁତିରେ ଏହାର ବ୍ୟବହାରକୁ ବାଧ୍ୟତାମୂଳକ କରିଥିଲେ। ସେବେଠୁ ଏହାର ବ୍ୟବହାର ଚାଲିଆସୁଛି।

ଏଥିରେ ଥିବା ଓୌଷଧିୟ ଗୁଣ ଶରୀରର ଅନେକ ସମସ୍ୟା ଦୂର କରେ। ଦାନ୍ତମୂଳରେ ହେଉଥିବା କଷ୍ଟଠୁ ଆରମ୍ଭ କରି ଟି.ବି ଭଳି ରୋଗର ଉପଷମ କରିପାରେ ଏହି ଉଦ୍ଭିଦ। ଏଥିରେ ରହିଛି ଆଣ୍ଟିବାୟୋଟିକର ଗୁଣ।

hop-1

ଏହାର ଡେମ୍ଫ ବା ଡାଳକୁ ଖାଦ୍ୟରେ ପିଆଜ ଭଳି ବ୍ୟବହାର କରିପାରିବେ ବା ଗ୍ରିଲ୍ କରି ଖାଇପାରିବେ। ଚାହିଁଲେ ଏହାର ଆଚାର ମଧ୍ୟ ତିଆରି କରିପାରିବେ। କଞ୍ଚା ଖାଇଲେ ଏହା ପାଟିକୁ ପିତା ଲାଗେ।

ତେବେ ଏହି ପରିବା ଚାଷ ବାରମାସ ଯାକ କରିହେବ କିନ୍ତୁ ମାର୍ଚ୍ଚରୁ ଜୁନ୍ ମାସ ପର୍ଯ୍ୟନ୍ତ ସମୟ ଏହାପାଇଁ ଅଧିକ ଅନୂକୁଳ। ଏହାର ଚାଷ ପାଇଁ ସୂର୍ଯ୍ୟ କିରଣର ଆବଶ୍ୟକତା ରହିଛି ଯାହା ଗଛ ବଢ଼ିବାରେ ସାହାଯ୍ୟ କରେ। ଗୋଟିଏ ଦିନରେ ଏହା ପ୍ରାୟ ୬ ଇଞ୍ଚ୍ ଯାଏଁ ବଢିପାରେ। ଆମେରିକା, ଜର୍ମାନୀ, ଚାଇନା, ପୋଲାଣ୍ଡ ଆଦି ଦେଶଗୁଡ଼ିକରେ ଏହାର ଚାଷ କରାଯାଏ।

Comment