ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ସେଲିବ୍ରିଟିଙ୍କ ଭଳି ଏବେ ହିନ୍ଦୀ ସିରିଏଲ ଜଗତର ସେଲିବ୍ରିଟିମାନେ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ଖାସକରି ସିରିଏଲର ଅଭିନେତ୍ରୀଙ୍କୁ ନେଇ ଚର୍ଚ୍ଚା ଚାଲିଥାଏ। କିଛି ଅଭିନେତ୍ରୀ ଲଭ୍‌, ବିବାହ, ବ୍ରେକଅପ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ସୁନ୍ଦର ଚେହେରା ପାଇଁ ଦୀର୍ଘ ଦିନରୁ ଛୋଟ ପରଦାରେ ରାଜ କରିଆସୁଛନ୍ତି।

ଏହି ଅଭିନେତ୍ରୀଙ୍କ ମଧ୍ୟରେ ରଶ୍ମୀ ଦେଶାଇ, ଜେନିଫର, ଦଲଜିତ, କାମ୍ୟା ସବୁଠୁ ଅଧିକ ଚର୍ଚ୍ଚିତ।

ଦଲଜିତ 

ଦଲଜିତ କୌର ସିରିଏଲ ‘ଇସ୍‌ ପ୍ୟାର କୋ କ୍ୟା ନାମ ଦୁଁ’ ରୁ ହିଁ ଲୋକପ୍ରିୟ ହୋଇପାରିଥିଲେ। ଏହି ସିରିଲରେ ସେ ହିରୋଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ସିରିଏଲକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

ଜେନିଫର

ସିରିଏଲ ଜଗତରେ ବେଶ୍‌ ଚର୍ଚ୍ଚିତ ଜେନିଫର। ସୁନ୍ଦର ଅଭିନୟ ପାଇଁ ତାଙ୍କର ଲୋକପ୍ରିୟତା ବେଶ୍‌ ଉଚ୍ଚରେ ରହିଛି। ତାଙ୍କ ସିରିଏଲ ଦେଖିବାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥାନ୍ତି।ଅନେକ ସିରିଏଲରେ ସେ ଅଭିନୟ କରିଛନ୍ତି।

ରଶ୍ମୀ

ସିରିଏଲ ଉତରନ୍‌ରୁ ରାତାରାତି ଫେମସ୍‌ ହୋଇଥିଲେ ଅଭିନେତ୍ରୀ ରଶ୍ମୀ ଦେଶାଇ। ୨୦୧୨ରେ ରଶ୍ମୀ କୋ ଷ୍ଟାର ନନ୍ଦିଶ ସିଂହଙ୍କୁ ବିବାହ କରିଥିଲେ। ଅବଶ୍ୟ ୨୦୧୬ରେ ତାଙ୍କ ବିବାହ ବିଚ୍ଛେଦ ହୋଇଥିଲା।

Comment