ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାମାନନ୍ଦ ସାଗରଙ୍କ ଅନ୍ୟତମ ସଫଳ ସିରିଏଲ ଥିଲା ‘ଶ୍ରୀକୃଷ୍ଣ’। ଜାଣନ୍ତୁ ଏଥିରେ ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା କଳାକାର ଏବେ କେଉଁଠି ଓ କ’ଣ କରୁଛନ୍ତି।

ଲକଡାଉନ୍ ସମୟରେ ଦୂରଦର୍ଶନରେ ପୁଣିଥରେ ପୁରୁଣା ସିରିଏଲଗୁଡିକୁ ଦେଖାଯାଉଛି। ‘ରାମାୟଣ’ ଏବଂ ‘ମହାଭାରତ’ ପରେ ଦୂରଦର୍ଶନ ପୁଣି ଥରେ ‘ଶ୍ରୀକୃଷ୍ଣଙ୍କ’ ଦେଖାଇବାକୁ ଯାଉଛି।  ଏହି ସିରିଏଲ ବି ରାମାନନ୍ଦ ସାଗରଙ୍କ ଆଉ ଏକ ସଫଳ ସିରିଏଲ ଥିଲା। ଏହି ସିରିଏଲରେ ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ଅବତାରରେ ଲୋକେ ଅଭିନେତା ସର୍ଭାଦମାନ ଡି ବାନାର୍ଜୀଙ୍କୁ ଦେଖିଥିଲେ। ତାଙ୍କର ଚମତ୍କାର ଅଭିନୟ ଏବଂ ଆକର୍ଷଣୀୟ ଚେହେରାରେ ଲୋକେ ପାଗଳ ହୋଇଥିଲେ।

କିନ୍ତୁ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ସିରିଏଲ ‘ଶ୍ରୀକୃଷ୍ଣ’ ପରେ ଏସ୍‌ ଡି ବାନାର୍ଜୀ କେଉଁଠି ହଜି ଗଲେ। ଏହି ସିରିଏଲ ପରେ ତାଙ୍କୁ ଆଉ କୌଣସି ପୌରାଣିକ ସିରିଏଲରେ ଦେଖିବାକୁ ମିଳିନଥିଲା।  ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ ଟିଭିର ଶ୍ରୀକୃଷ୍ଣ ଆଜିକାଲି କ’ଣ କରୁଛନ୍ତି। ରିପୋର୍ଟ ଅନୁସାରେ ଏସ୍‌ ଡି ବାନାର୍ଜୀ ଏବେ ଅଭିନୟ ଜଗତରୁ ଦୂରେଇ ରହି ୠଷିକେଶରେ ରହୁଛନ୍ତି। ଏକ ଏନଜିଓ ସାହାଯ୍ୟରେ ଅନାଥ ପିଲାମାନଙ୍କ ସେବା କରୁଛନ୍ତି।

ଏସ୍‌ ଡି ବାନାର୍ଜୀ ଶ୍ରୀକୃଷ୍ଣ ସିରିଏଲ ବ୍ୟତୀତ କିଛି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ସେ ‘ସ୍ୱାମୀ ବିବେକାନନ୍ଦ’ ଫିଲ୍ମରେ ନିଜେ ସ୍ୱାମୀ ବିବେକାନନ୍ଦ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ସଂସ୍କୃତ ଫିଲ୍ମ ‘ଶଙ୍କରାଚାର୍ଯ୍ୟ’ରେ ଶଙ୍କରାଚାର୍ଯ୍ୟ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ। ଏହି ଫିଲ୍ମକୁ ନାସଲାଲ୍‌ ଫିଲ୍ମ ଆଓ୍ୱାର୍ଡ ମିଳିଥିଲା। ଶେଷ ଥର ପାଇଁ  ତାଙ୍କୁ ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ରେ ଧୋନି ଅର୍ଥାତ୍‌ ସୁଶାନ୍ତ ସିଂ ରାଜପୁତଙ୍କ କୋଚ୍‌ ଭୂମିକାରେ ଦେଖିବାକୁ ମିଳିଥିଲା ।

Comment