ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ଓଡ଼ିଶା ସହ ବିଶ୍ୱ ଓ ଦେଶର କରୋନା ସୂଚନା ଦିଆଯାଇଛି।

ଓଡ଼ିଶାରେ କରୋନା

  • ଗୋଟିଏ ଦିନରେ ୭ ପଜିଟିଭ ଚିହ୍ନଟ।
  • ଭଦ୍ରକରୁ ୩, ସୁନ୍ଦରଗଡ଼ରୁ ୪ ଆକ୍ରାନ୍ତ ଚିହ୍ନଟ ହେଲେ।
  • ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।
  • ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତ ସଂଖ୍ୟା ୧୧୮କୁ ବୃଦ୍ଧି।
  • ରାଜ୍ୟରେ ୩୮ ଜଣ ସୁସ୍ଥ ହୋଇଥିବା ବେଳେ ୭୯ ଜଣ ସକ୍ରିୟ ଅଛନ୍ତି।
  • ଏଯାଏଁ ରାଜ୍ୟରେ ୨୬ ହଜାର ୬୮୭ ନମୁନା ପରୀକ୍ଷା କରାଯାଇଛି।

corona

ପ୍ରବାସୀ ଶ୍ରମିକ ରହିବେ କ୍ଵାରେଣ୍ଟାଇନ୍‌ରେ

  • ବାହାରୁ ଆସୁଥିବା ଶ୍ରମିକଙ୍କ ପାଇଁ କ୍ଵାରେଣ୍ଟାଇନ୍‌ ବ୍ୟବସ୍ଥା କରିବେ ରାଜ୍ୟ ସରକାର।
  • ଶ୍ରମିକଙ୍କ ଖାଇବା ଖର୍ଚ୍ଚ ଦେବେ ରାଜ୍ୟ ସରକାର।
  • ବୟସ୍କଙ୍କ ପାଇଁ ଦୈନିକ ୧୨୦ ଟଙ୍କା।
  • ୧୪ ବରଷରୁ କମ୍‌ ପିଲାଙ୍କ ପାଇଁ ୧୦୦ ଟଙ୍କା।
  • ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପାଇଁ ଦିନକୁ ୩୦୦ ଟଙ୍କା ଦିଆଯିବ।
  • ଏହାସହ ସଫେଇ କାମ ପାଇଁ ଦୈନିକ ୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି ସରକାର।

ଦେଶ ବିଦେଶରେ କରୋନା

  • ବିଶ୍ଵରେ ୩୦ ଲକ୍ଷ ୭୫ ହଜାର ୫୧୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।
  • ୨ ଲକ୍ଷ ୧୧ ହଜାର ୭୮୮ ଜଣଙ୍କ ମୃତ୍ୟୁ ହୋଇଛି।
  • ଭାରତରେ ୩ ଲକ୍ଷ ୧୬ ହଜାର ୭୩୩ ନମୁନା ପରୀକ୍ଷା ହୋଇଛି।
  • ସେଥି ମଧ୍ୟରୁ ୨୯ ହଜାର ୪୩୫ ପଜିଟିଭ ବାହାରିଛି।
  • ଭାରତରେ ସୁସ୍ଥ ହୋଇଛନ୍ତି ୬, ୮୬୯ ଓ ମୃତ୍ୟୁ ସଂଖ୍ୟା ୯୩୪ରେ ପହଞ୍ଚିଛି।

Comment