ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭଦ୍ରକର ୩୨ ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ୍‌ ଘୋଷଣା କଲା ଜିଲ୍ଲା ପ୍ରଶାସନ। ସର୍ଭେଲାନ୍ସ ଜୋନ୍‌ ଘୋଷଣା ନେଇ ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ। ଭଦ୍ରକରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିବା ପରେ ଏପରି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।

ପ୍ରତି ପଞ୍ଚାୟତରେ ୧୦ରୁ ଅଧିକ କୋଲକାତା ଫେରନ୍ତା ଅଛନ୍ତି। ସରେଭେଲାନ୍ସ ଜୋନ୍‌ରେ ଥିବା ୩୨ଟି ପଞ୍ଚାୟତରେ ଘରଘର ବୁଲି ସର୍ଭେ କରାଯିବ। ସ୍ଵାସ୍ଥ୍ୟ ପରୀକ୍ଷା ସହ ସଚେତନ କରାଯିବ। ସଟ୍‌ଡାଉନ୍‌ ବେଳେ ୨ଦିନ ସର୍ଭେଲାନ୍ସ କରାଯାଇଥିଲା। ବାହାରୁ ଫେରିଥିବା ଲୋକଙ୍କ ସାମ୍ପଲ ପରୀକ୍ଷା କରାଯାଇଥିଲା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଭଦ୍ରକରୁ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ କୋଲକାତା ଫେରନ୍ତା। ଆଜି ପୁଣି ଭଦ୍ରକରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହାସହ ଜିଲ୍ଲାରେ ପୁଣି ୩ଟି ପଞ୍ଚାୟତକୁ କନଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ବାସୁଦେବପୁରର ୨ଟି ଓ ବନ୍ତ ପୁରର ୧ଗୋଟିଏ ପଞ୍ଚାୟତ କଣ୍ଟେନମେଣ୍ଟ ଘୋଷଣା ହୋଇଛି।

Comment