ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରସବ ସମୟରେ କରୋନା ଭାଇରସ୍‌ର କିଛି ପ୍ରଭାବ ପଡ଼ିଥାଏ କି? ଜାଣନ୍ତୁ, ଏନେଇ କଣ କହୁଛନ୍ତି ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର

କରୋନା ଭାଇରସ (କୋଭିଡ୍‌-୧୯)କୁ ନେଇ ଏବେ ସମସ୍ତେ ଭୟଭୀତ। ଏହି ସମୟରେ ଲୋକଙ୍କ ମନରେ ବିଭିନ୍ନ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସ୍ୱାଭାବିକ। ଏପରିକି ଗର୍ଭବତୀ ମହିଳାମାନଙ୍କ ମନରେ ବି ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବ ଯେ, ଏହି ମହାମାରୀ ସମୟରେ ତାଙ୍କର ପ୍ରସବ ନର୍‌ମାଲ ନା ସିଜରିଆନ୍‌ ହେବ।

ଏନେଇ ଡାକ୍ତର ସୁଜାତା କର କହିଛନ୍ତି, ‘‘କରୋନା ସମୟରେ ମହିଳାଙ୍କ ପ୍ରସବ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଯଦି ଗର୍ଭବତୀ ମହିଳା ସୁସ୍ଥ, ତେବେ ନରମାଲ ଡେଲିଭରି ହୋଇପାରିବ। ଗର୍ଭବତୀ ମହିଳାଙ୍କ ଶିଶୁର ଅବସ୍ଥିତି ଓ ସ୍ୱାସ୍ଥ୍ୟଅବସ୍ଥାକୁ ଦୃଷ୍ଟିରେ ରଖି ସିଜରିଆନ୍‌ ଡେଲିଭରି ହୋଇପାରିବ।’’

‘‘ଯଦି ବି ଜଣେ ଗର୍ଭବତୀ ମହିଳାଙ୍କୁ କରୋନା ସଂକ୍ରମିତ କରେ, ତେବେ ଭୟଭୀତ ହେବାର କିଛି ଆବଶ୍ୟକତା ନାହିଁ। କାରଣ ସୁସ୍ଥ ହେବାର ସମ୍ଭାବନା ଅଧିକ ରହିଛି। କିଛି ଗର୍ଭବତୀ ମହିଳାଙ୍କଠାରେ ସାମାନ୍ୟ ଥଣ୍ଡା ଜ୍ୱରର ଲକ୍ଷଣ ଦେଖାଦେଉଥିବା ବେଳେ କିଛି ମହିଳାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ’’, କହିଛନ୍ତି ଡାକ୍ତର କର।

LEAVE A REPLY

Please enter your comment!
Please enter your name here