ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦାଦା ସାହେବ ଫାଲକେଙ୍କୁ ଭାରତୀୟ ସିନେମାର ଜନ୍ମଦାତା କୁହାଯାଏ। ୧୮୭୦, ଏପ୍ରିଲ ୩୦ରେ ମହାରାଷ୍ଟ୍ରର ତ୍ରିମ୍ବାକରେ ସେ ଜନ୍ମ ହୋଇଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା।

୧୯୧୩ରେ ଦାଦା ସାହେବ ଫାଲକେ ରାଜା ହରିଶ୍ଚନ୍ଦ୍ର ନାଁରେ ପ୍ରଥମ ଥର ଫୁଲ ଲେନ୍ଥ ଫିଚର ଫିଲ୍ମ ନିର୍ମାଣ କରିଥିଲେ। ଏହି ଫିଲ୍ମର ବଜେଟ ୧୫ ହଜାର ଟଙ୍କା ଥିଲା।

ଦାଦା ସାହେବ କେବଳ ଜଣେ ନିର୍ଦ୍ଦେଶକ ନୁହେଁ ସେ ଜଣେ ଜଣାଶୁଣା ପ୍ରଡ୍ୟୁସର, ସ୍କ୍ରିନ ରାଇଟର ଥିଲେ। ଦାଦା ସାହେବ ୧୯ ବର୍ଷର ଫିଲ୍ମ କ୍ୟାରିୟରରେ ୯୫ ଫିଲ୍ମ ଓ ୨୭ଟି ସର୍ଟ ଫିଲ୍ମ ନିର୍ମାଣ ନିର୍ମାଣ କରିଥିଲେ।

ଏକଥା ବି କମ୍‌ ଲୋକ ଜାଣିଛନ୍ତି ଯେ ଦାଦା ସାହେବଙ୍କ ଅସଲ ନାଁ ଧୁନ୍ଧିରାଜ ଗୋବିନ୍ଦ ଫାଲକେ ଥିଲା। ସେ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଫିଲ୍ମ ନିର୍ମାଣ କରିଛନ୍ତି। ହେଲେ ‘ଲାଇଫ୍‌ ଅଫ୍‌ ଖ୍ରୀଷ୍ଟ’ ତାଙ୍କର କ୍ୟାରିୟର ମୋଡ଼ ବଦଳାଇ ଦେଇଥିଲା। କୁହଯାଏ ଯେ ଏହି ଫିଲ୍ମ ନିର୍ମାଣ ପାଇଁ ସେ ତାଙ୍କ ପତ୍ନୀଙ୍କଠୁ ଟଙ୍କା ଉଧାର ନେଇଥିଲେ।

ଦାଦା ସାହେବ ମହିଳାଙ୍କୁ ବି ଫିଲ୍ମରେ କାମ କରିବା ପାଇଁ ସୁଯୋଗ ଦେଇଥିଲେ। ତାଙ୍କ ନିର୍ମିତ ଫିଲ୍ମ ‘ଭସ୍ମାସୁର ମୋହିନୀରେ ସେ ଦୁଇ ମହିଳାଙ୍କୁ କାମ ଦେଇଥିଲେ।

ସେତୁବନ୍ଧନ ତାଙ୍କର ଶେଷ ଫିଲ୍ମ ଥିଲା। ୧୯୪୪ରେ ଦାଦା ସାହେବ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଭାରତୀୟ ସିନେମା ଜଗତରେ ତାଙ୍କର ଐତିହାସିକ ଯୋଗଦାନ ପାଇଁ ୧୯୬୯ରେ ଭାରତ ସରକାର ତାଙ୍କ ନାଁରେ ଦାଦା ସାହେବ ଫାଲକେ ଆଓ୍ୱାର୍ଡ ଦେବା ପାଇଁ ସ୍ଥିର କରିଥିଲେ।

ଦାଦା ସାହେବ ଫାଲକେ ପୁରସ୍କାର ଭାରତୀୟ ସିନେମାର ସର୍ବୋର୍ଚ୍ଚ ସମ୍ମାନ। ସର୍ବପ୍ରଥମେ ଦେବୀକା ରାନୀ ଚୌଧରୀଙ୍କୁ ଏହି ସମ୍ମାନ ମିଳିଥିଲା।

LEAVE A REPLY

Please enter your comment!
Please enter your name here