ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ କିଛି ତାରକା ଅଛନ୍ତି, ଯେଉଁମାନେ ଯେମିତି ଚର୍ଚ୍ଚାରେ ଥାଆନ୍ତି, ସେମାନଙ୍କ ପତ୍ନୀ ବି ସେଭଳି ଚର୍ଚ୍ଚିତ। ଆସନ୍ତୁ ଜାଣିବା ସେହି ଷ୍ଟାରଙ୍କ ପତ୍ନୀମାନଙ୍କ ସମ୍ପର୍କରେ…

ସାହିଦ୍‌ କପୁର-ମୀରା ରାଜପୁତ

କରିନା କପୁରଙ୍କ ସହ ବ୍ରେକଅପ୍ ବ୍ୟାକ୍‌ ହେବା ପରେ ବଲିଉଡର ହ୍ୟାଣ୍ଡସମ୍‌ ଷ୍ଟାର୍‌ ସାହିଦ୍କପୁର  ମୀରା ରାଜପୁତଙ୍କୁ ବିବାହ କରିଥିଲେ। ମିସେସ୍‌ ସାହିଦ୍‌ କପୁର ହେବା ପରଠୁ ମୀରା ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ସେ ମଧ୍ୟ ନିଜର ଷ୍ଟାଇଲ ଓ ଫିଟନେସ ପାଇଁ ବଲିଉଡର ହିରୋଇନମାନଙ୍କ ଭଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋସିଆଲ୍ ମିଡିଆରେ ବି ବେଶ୍ ସକ୍ରିୟ ଥିବା କାରଣରୁ ମୀରା ରାଜପୁତ ଅନେକ ସମୟରେ ଚର୍ଚ୍ଚିତା ହୋଇଛନ୍ତି।

ଶାହରୁଖ୍ ଖାନଗୌରୀ ଖାନ୍

ସାରା ଦୁନିଆ ଏବେ ଶାହରୁଖ ଖାନଙ୍କର ଫ୍ୟାନ୍‌। ହେଲେ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ପାଇଁ ବି କିଛି କମ୍ ଦିୱାନା ନାହାନ୍ତି। ଖାସ କରି ଗୌରୀ ଖାନଙ୍କର ଷ୍ଟାଇଲ ଓ ଫ୍ୟାସନକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ। ଗୌରୀ ଖାନ୍ ଜଣେ ଇଣ୍ଟେରିଅର୍‌ ଡିଜାଇନର ଓ ପ୍ରଯୋଜିକା ମଧ୍ୟ। ସେ ରେଡ୍ ଚିଲ୍ଲି ଏଣ୍ଟରଟେନମେଣ୍ଟ ନାମକ ପ୍ରଯୋଜନା ସଂସ୍ଥା ଖୋଲି ଅନେକ ସିନେମାର ନିର୍ମାଣ କରିସାରିଲେଣି।

ଜନ୍‌ ଆବ୍ରାହମ୍-ପ୍ରିୟା ରୁଞ୍ଚାଲ୍

ବଲିଉଡ ହ୍ୟାଣ୍ଡସମ୍ ହଙ୍କ ଜନ ଆବ୍ରାହମଙ୍କର ବିପାସା ବସୁଙ୍କ ସହ ଆଫେଆର୍‌ ସରିବା ପରେ ସୁନ୍ଦରୀ ପ୍ରିୟା ରୁଞ୍ଚାଲଙ୍କୁ ବାହା ହୋଇଥିଲେ। ପ୍ରିୟା ବି ଦେଖିବାକୁ କୌଣସି ହିରୋଇନଙ୍କଠାରୁ କମ୍ ନୁହଁନ୍ତି। ସେ ଏବେ ଆମେରିକାରେ ଜଣେ ଆନାଲିଷ୍ଟ ଓ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ କାର୍ଯ୍ୟରତ।

ସଞ୍ଜୟ ଦତ୍ତମାନ୍ୟତା

ବଲିଉଡର ମୁନ୍ନାଭାଇ ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ବି କିଛି କମ୍ ଚର୍ଚ୍ଚାରେ ନଥାନ୍ତି। ସେ ଅନେକ ସମୟରେ ନିଜର ହଟ୍‍ ଫଟୋ ସୋସିଆଲ୍‌ ମିଡିଆରେ ସେଆର୍ କରି ଚର୍ଚ୍ଚାକୁ ଆସିଛନ୍ତି। ମାନ୍ୟତା ସଞ୍ଜୟ ଦତ୍ତଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିବା ଯୋଗୁଁ ବି ଅନେକ ସମୟରେ ଚର୍ଚ୍ଚା ହୁଏ। ‘ପ୍ରସ୍ଥାନମ୍’ର ନାୟିକାଙ୍କ ସହିତ ସଞ୍ଜୁବାବାଙ୍କ ଆଫେଆର୍ କଥା ଶୁଣି ସିଧା ମାନ୍ୟତା ଧାଇଁ ଯାଇଥିଲେ ସେଟ୍‌କୁ। ଏକଥା ମିଡିଆରେ ଖୁବ୍‌ ଚର୍ଚ୍ଚିତ ହୋଇଥିଲା।

ବବି ଦେଓଲତାନ୍ୟା ଦେଓଲ

ବଲିଉଡର ଲୋକପ୍ରିୟ ଅଭିନେତା ବବି ଦେଓଲ ଓ ତାଙ୍କ ପତ୍ନୀ ତାନ୍ୟାଙ୍କର ବାହାଘରକୁ ୨୨ ବର୍ଷ ପୂରଣ ହୋଇଯାଇଛି। ହେଲେ ତାନ୍ୟା ଏବେବି ଖୁବ୍‌ ସୁନ୍ଦରୀ ଦିଶନ୍ତି। ବବି ଦେଓଲଙ୍କ ଏହି ନନ୍ ଆକ୍‌ଟ୍ରେସ ପତ୍ନୀ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ। ବିବେକ ଓବେରଏପ୍ରିୟଙ୍କା

ବଲିଉଡର ଅନ୍ୟତମ ସୁପରିଚିତ ଅଭିନେତା ବିବେକ ଓବେରଏ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହିତ ପ୍ରେମସମ୍ପର୍କ ଯୋଡ଼ିଥିଲେ। ଏଥିରେ ଅସଫଳ ହେବା ପରେ ବିବେକ ଏକ ନନ୍‌ ଫିଲ୍ମି ବ୍ୟାକଗ୍ରାଉଣ୍ଡର ଯୁବତୀ ପ୍ରିୟଙ୍କା ଆଲଭାଙ୍କୁ ବିବାହ କରିଥିଲେ। ପ୍ରିୟଙ୍କା ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଆଲ୍‌ଭାଙ୍କ କନ୍ୟା। ପ୍ରିୟଙ୍କା ଅନେକ ସମୟରେ ନିଜର ସାମାଜିକ କାର୍ଯ୍ୟ ଲାଗି ଚର୍ଚ୍ଚାରେ ରହିଆସିଛନ୍ତି। ବିବେକ ଓ ପ୍ରିୟଙ୍କାର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

Comment