ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ ୧୯ର ମୁକାବିଲା ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲାରେ ମାଇକ୍ରୋବାୟୋଲୋଜୀଷ୍ଟ, ଲାବୋରେଟାରୀ ଟେକ୍ନିସିଆନ ଏବଂ ଫାର୍ମାସିଷ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମେ ୪ ତାରିଖରେ ହେବାକୁ ଯାଉଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ।

ମାଇକ୍ରୋବାୟୋଲୋଜୀଷ୍ଟ:

  • ଯୋଗ୍ୟତା-  ମାଇକ୍ରୋବାୟୋଲୋଜୀରେ ସ୍ନାତକୋତ୍ତର କରିବା ସହ କ୍ଲିନିକାଲ ଲାବୋରେଟାରୀ ସର୍ଭିସରେ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା- ଅତିବେଶୀରେ ୪୫ ବର୍ଷ
  • ଦରମା- ୨୫୦୦ ଟଙ୍କା

ଲ୍ୟାବ୍ ଟେକ୍ନିସିଆନ୍:

  • ଯୋଗ୍ୟତା- ଦ୍ୱାଦଶ ପାସ୍ କରିବା ସହ ମେଡିକାଲ ଲାବୋରେଟାରୀ ଟେକ୍ନୋଲୋଜୀରେ ଡିପ୍ଲୋମା କରିଥିବେ।
  • ବୟସ ସୀମା- ୨୧ରୁ ୩୨ ବର୍ଷ
  • ଦରମା- ୧୦୦୦ ଟଙ୍କା

nhm

ଫାର୍ମାସିଷ୍ଟ:

  • ଯୋଗ୍ୟତା-  ଦ୍ୱାଦଶ ପାସ୍ କରିବା ସହ ଫାର୍ମାସିରେ ଡିପ୍ଲୋମା କରିଥିବେ।
  • ବୟସ ସୀମା- ୨୧ରୁ ୩୨ ବର୍ଷ
  • ଦରମା- ୧୦୦୦ ଟଙ୍କା

ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ବୟସ ସୀମା ୬୫ ବର୍ଷ ରଖାଯାଇଛି।

ଇଣ୍ଟରଭ୍ୟୁ ବିବରଣୀ:

  • ଇଣ୍ଟରଭ୍ୟୁ ସମୟ- ୨୦୨୦ ମେ ୪ ତାରିଖ ସକାଳ ୯ରୁ ୧୨ଟା
  • ଇଣ୍ଟରଭ୍ୟୁ ସ୍ଥାନ- ଡିଷ୍ଟ୍ରିକ୍ଟ ଟ୍ରେନିଂ ୟୁନିଟ୍, CDM & PHO, କେନ୍ଦ୍ରାପଡ଼ା

ଅଧିକ ସୂଚନା ପାଇଁ kendrapara.nic.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment