ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୂରଦର୍ଶନରେ ‘ଉତ୍ତର ରାମାୟଣ’ର ଶେଷ ଏପିସୋଡ ଆଜି ପ୍ରସାରିତ ହେବ। ଏହି ସିରିଏଲ ସରିବା ପରେ ଏହି ସମୟରେ ଲୋକପ୍ରିୟ ସୋ’ ଶ୍ରୀକୃଷ୍ଣ ଦେଖିବାକୁ ପାଇବେ ଦର୍ଶକ। ଅର୍ଥାତ୍‌ ମେ’ ୩ ରବିବାରଠାରୁ ରାତି ୯ଟାରେ ଏହି ସିରିଏଲ ପ୍ରସାରଣ ହେବ।

ଏନେଇ ଦୂରଦର୍ଶନ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଲୋକପ୍ରିୟ ସିରିଏଲ ‘ଶ୍ରୀକୃଷ୍ଣ’ ପ୍ରଥମେ ୧୯୯୩ରୁ ୧୯୯୬ ଯାଏଁ ଦୂରଦର୍ଶନରେ ଦେଖାଯାଇଥିଲା। ଶ୍ରୀକୃଷ୍ଣରେ ବି ରାମାନନ୍ଦ ସାଗର ନିର୍ଦ୍ଦେଶନା ଦେଇଥିଲେ। ଏହି ସିରିଏଲ ଟିଭିରେ ଆସିବା ପୂର୍ବରୁ ଲୋକମାନେ ଉତ୍ସାହର ସହିତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ। ସୋ’ର ଲୋକପ୍ରିୟତା ଏବଂ ଲୋକଙ୍କ ଇଚ୍ଛାକୁ ଦୃଷ୍ଟିରେ ରଖି ଏହାକୁ ପୁନର୍ବାର ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

Comment