ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

୫ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। କେସ ନମ୍ଵର ୧୪୭, ୧୪୮, ୧୪୯, ୧୫୦ ଓ ୧୫୨ ନମ୍ଵରର ତଥ୍ୟ ଦିଆଯାଇଛି। ୧୪୭ ଓ ୧୪୮ ନମ୍ଵର ଆକ୍ରାନ୍ତ ବଲାଙ୍ଗିରର ଗୁଡ଼ଭେଲା ଲେଖିରିଆ ଗାଁର ହୋଇଥିବା ବେଳେ ୧୪୯, ୧୫୦ ଓ ୧୫୨ ଯାଜପୁର ଜିଲ୍ଲାର ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ।
୧୪୭ ନମ୍ଵର ଆକ୍ରାନ୍ତ
୧୪୭ ନମ୍ଵର ଆକ୍ରାନ୍ତ ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ଲେଖିରିଆ ଗାଁର ଜଣେ ୧୮ ବର୍ଷିୟ ବାଳକ। ସେ ୧୬-୧୭ ମାର୍ଚ୍ଚରେ ତାମିଲନାଡୁରୁ ବଲାଙ୍ଗିର ଫେରିଥିଲେ। ମାର୍ଚ୍ଚ ୧୭ରେ ଅନ୍ୟ ୪ ଜଣଙ୍କ ସହ ଗାଡ଼ିରେ ଘରକୁ ଯାଇଥିଲେ। ମାର୍ଚ୍ଚ ୧୮ରୁ ଏପ୍ରିଲ ୫ ତାରିଖ ଯାଏଁ ହୋମ୍ କ୍ଵାରେଣ୍ଟାଇନ୍ରେ ରହିଥିଲେ। ଏପ୍ରିଲ ୬ରୁ ୩୦ ପର୍ଯ୍ୟନ୍ତ ଗାଁରେ ରହିବା ବେଳେ ଅନେକ ଥର ସାଙ୍ଗମାନଙ୍କ ସହ କ୍ରିକେଟ ଖେଳିଥିଲେ। ଏହାସହ ସେ ସଲେଇପାଲିର ଏକ ସେଲୁନରେ ଚୁଟି ମଧ୍ୟ କାଟିଥିଲେ। ପରେ ତାଙ୍କ ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ବଲାଙ୍ଗିରର କୋଭିଡ୍ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।
୧୪୮ ନମ୍ଵର ଆକ୍ରାନ୍ତ
୧୪୮ ନମ୍ଵର ଆକ୍ରନ୍ତ ଜଣକ ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ଲେଖିରିଆ ଗାଁର ୨୦ ବର୍ଷର ଯୁବକ। ସେ ମାର୍ଚ୍ଚ ୧୬ରୁ ୧୭ ମଧ୍ୟରେ ତାମିଲନାଡୁରୁ ବଲାଙ୍ଗିର ଫେରିଥିଲେ। ସେଠାରୁ ଏକ ଗାଡ଼ିରେ ଅନ୍ୟ ୪ ଜଣଙ୍କ ସହ ଗଡ଼ିରେ ଘରକୁ ଯାଇଥିଲେ। ମାର୍ଚ୍ଚ ୧୮ରୁ ଏପ୍ରିଲ ୫ ଯାଏଁ ହୋମ୍ କ୍ଵାରେଣ୍ଟାଇନ୍ରେ ରହିଥିଲେ। ପରେ ସେ ଏପ୍ରିଲ ୬ରୁ ୩୦ ତାରିଖ ମଧ୍ୟରେ ଜଣେ ସମ୍ପର୍କିୟ ଓ ଏକ ରାଇସ୍ ମିଲ୍କୁ ଯାଇଥିଲେ। ଟ୍ରାଭେଲ ହିଷ୍ଟ୍ରି ଯୋଗୁଁ ତାଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ପଜିଟିଭ୍ ବାହାରିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୧୪୯ ନମ୍ଵର ଆକ୍ରାନ୍ତ
୧୪୯ ନମ୍ଵର ଆକ୍ରାନ୍ତ ଜଣକ ଯାଜପୁ ଜିଲ୍ଲା ନାଥସାହିର ୫୬ ବର୍ଷିୟ ବ୍ୟକ୍ତି। ସେ କୋଲକାତାରୁ ଏକ ଘରୋଇ ବସ୍ରେ ଅନ୍ୟ ୫ ଜଣଙ୍କ ସହ ଆସି ୨୩ ମାର୍ଚ୍ଚରେ ଯାଜପୁରରେ ପହଞ୍ଚିଥିଲେ। ଏହାପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ରେଜିଷ୍ଟ୍ରସନ କର ଘରକୁ ଯାଇଥିଲେ। ପରେ ସେ ମାର୍ଚ୍ଚ ୨୩ରୁ ଏପ୍ରିଲ ୩୦ ଯାଏଁ ହୋମ୍ କ୍ଵାରେଣ୍ଟାଇନ୍ରେ ରହିଥିଲେ। ଟ୍ରାଭେଲ ହିଷ୍ଟ୍ରି ଯୋଗୁଁ ତାହ୍କ ନମୁନା ସଂଗ୍ରହ କରାଯାଇଥିଲା। ଏହା ପଜିଟିଭ୍ ବାହାରିବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୧୫୦ ନମ୍ଵର ଆକ୍ରାନ୍ତ
୧୫୦ ନମ୍ଵର ଆକ୍ରାନ୍ତ ଜଣକ ଯାଜପୁର ବିଞ୍ଝାରପୁରର ଜଣେ ୬୩ ବର୍ଷିୟ ବ୍ୟକ୍ତି। ସେ ମାର୍ଚ୍ଚ ୨୯ ତାରିଖରେ କୋଲକାତାରୁ ବାହାରି ମାର୍ଚ୍ଚ ୩୦ରେ ଯାଜପୁରରେ ପହଞ୍ଚିଥିଲେ। ୩୦ ମାର୍ଚ୍ଚରୁ ଏପ୍ରିଲ ୩୦ ଯାଏଁ ସେ ହୋମ୍ କ୍ଵାରେଣ୍ଟାଇନ୍ରେ ରହିଥିଲେ। ପରେ ମେ’ ୧ରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା। ନମୁନା ପଜିଟିଭ୍ ଆସିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୧୫୨ ନମ୍ଵର ଆକ୍ରାନ୍ତ
୧୫୨ ନମ୍ଵର ଆକ୍ରାନ୍ତ ଯାଜପୁର ବରି ଅଞ୍ଚଳର ଜଣେ ୨୯ ବର୍ଷିୟ ଯୁବକ। ସେ ୨୯ ମାର୍ଚ୍ଚରେ ଅନ୍ୟ ୫ ଜଣଙ୍କ ସହ ଏକ ଗାଡ଼ିରେ ବାହାରିଥିଲେ, ୩୦ ମାର୍ଚ୍ଚରେ କୋଲକାତାରେ ପହଞ୍ଚିଥିଲେ। ୩୦ ମାର୍ଚ୍ଚରୁ ୩୦ ଏପ୍ରିଲ ଯାଏଁ ସେ ହୋମ୍ କ୍ଵାରେଣ୍ଟାଇନ୍ରେ ରହଇଥିଲେ। ଏହା ମଧ୍ୟରେ ସେ ଅନେକ ଥର ସାଙ୍ଗମାନହ୍କ ସହ ତାସ୍ ଓ କ୍ରିକେଟ ଖେଳିଛନ୍ତି। ଟ୍ରାଭେଲ ହିଷ୍ଟ୍ରି ପାଇଁ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା। ନମୁନା ପଜିଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


















