ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଚାଲିଛି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଚାଲିଛି।

ଭୁବନେଶ୍ୱରରେ ଗଜପତି ମହାରାଜା ଏବଂ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଉପସ୍ଥିତ ଅଛନ୍ତି। ପୁରୀ ଜିଲ୍ଲାପାଳଙ୍କ କନଫରେନ୍ସିଂ ହଲରେ ଜିଲ୍ଲାପାଳଙ୍କ ସମେତ ଏସ୍‌ପି ଉପସ୍ଥିତ ଅଛନ୍ତି। ରଥଯାତ୍ରା ଏବଂ ରଥ ନିର୍ମାଣ ସମ୍ପର୍କରେ ନିଷ୍ପତ୍ତି ପାଇଁ ଏହି ବୈଠକ ବସିଥିବା କୁହାଯାଉଛି

ମେ’ ୩ ତାରିଖ ଯାଏଁ ରଥ ନିର୍ମାଣ କାମ ସ୍ଥଗିତ ରଖାଯାଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ସରକାରଙ୍କ ନୂଆ ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରାଯାଇଥିଲା।

ମେ’ ୧ରେ କେନ୍ଦ୍ର ଏବଂ ଗତକାଲି ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିବା ପରେ ଆଜି ପରିଚାଳନା କମିଟି ବୈଠକ ବସିଛି। ରଥ ନିର୍ମାଣ ସମ୍ପର୍କରେ ଆଲୋଚନା ଚାଲିଥିବା କୁହାଯାଉଛି।

Comment