ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରାମାୟଣ, ମହାଭାରତ ପରେ ଦୂରଦର୍ଶନରେ ପ୍ରସାରଣ ହେବ ‘ବିଷ୍ଣୁ ପୁରାଣ’। ଟୁଇଟ କରି ସୂଚନା ଦେଲା ଦୂରଦର୍ଶନ।

ରାମାୟଣ ଓ ମହଭାରତ ପରେ ଦୂରଦର୍ଶନରେ ଆଉ ଏକ ସିରିଏଲ ରିଟେଲିକଷ୍ଟ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ । ଏହି ସିରିଏଲ ହେଲା ‘ବିଷ୍ଣୁ ପୁରାଣ’ । ତେବେ କେବେ ଓ କେତେବେଳେ ଏହି ସିରିଏଲ ଟିଭିରେ ଦେବ ତାହା ଜଣାପଡ଼ିନି।

ଅଭିନେତା ନୀତିଶ ଭରଦ୍ୱାଜଙ୍କ ଅଭିନୀତ ଏହି ସିରିଏଲରେ ନିର୍ଦ୍ଦେଶନା ଦେଇଥଲେ ରବି ଚୋପ୍ରା। ଏହାକୁ ପ୍ରଡ୍ୟୁସ କରିଥିଲେ ବି ଆର୍‌ ଚୋପ୍ରା। ୨୦୦୩ରେ ଏହି ଏହି ସିରିଏଲ ପ୍ରସାରିତ ହୋଇଥିଲା।

କରୋନା ଭାଇରସକୁ ରୋକିବା ପାଇଁ ମାର୍ଚ୍ଚ ମାସରେ ସରକାର ଦେଶରେ ଲକଡାଉନ ଘୋଷଣା କରିଥିଲେ। ଲକଡାଉନ୍ ଘୋଷଣା ହେବା ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦୂରଦର୍ଶନରେ ଅନେକ ପୁରୁଣା ସିରିଏଲ୍ ପୁନଃ ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଥିଲା। ସରକାରଙ୍କ ଏହି ନିଷ୍ପତ୍ତିକୁ ଦର୍ଶକମାନେ ପସନ୍ଦ କରିଛନ୍ତି। ଏହାଦ୍ୱାରା ଦୂରଦର୍ଶନ ସିଧାସଳଖ ଉପକୃତ ଉପକୃତ ହୋଇଛି।

Comment