ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଚିହ୍ନଟ ହେଲେ ଆଉ ତିନିଜଣ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି ପାଇଛି।

ନୂଆକରି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ବାଲେଶ୍ୱର ଜିଲ୍ଲାର ଓ ଜଣେ ଜଗତସିଂହପରୁର ବୋଲି ଜଣାପଡ଼ିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି। ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ପଜିଟିଭ୍ ଜଣକ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ପଜିଟିଭ୍ ଦୁଇଜଣ ନିକଟରେ ସୁରତରୁ ଫେରିଥିଲେ।

ଏଥିସହ ବାଲେଶ୍ୱର ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ସେହିଭଳି ଜଗତସିଂହପୁର ଜିଲ୍ଲାରେ ମଧ୍ୟ କରୋନା ପଜିଟିଭ୍ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ମୋଟ ୨୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୨ ଜଣ ସୁସ୍ଥ ହୋଇଥିବାବେଳେ ୨ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୪୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment