ଓଡ଼ିଶାଲାଇଭ୍ ବ୍ୟୁରୋ

CDS ପରୀକ୍ଷା (କମ୍ବାଇଣ୍ଡ୍ ଡିଫେନ୍ସ ସର୍ଭିସ ଏକ୍ସାମ୍) ଜରିଆରେ ଇଣ୍ଡିଆନ୍ ଆର୍ମି, ନେଭି ଏବଂ ଏୟାର ଫୋର୍ସ ପାଇଁ ପ୍ରାର୍ଥୀ ଚୟନ ହୋଇଥାନ୍ତି। ଏହି ପରୀକ୍ଷା UPSC ଦ୍ୱାରା ପରିଚାଳିତ। ଏହର ଦୁଇଟି ସ୍ତର ରହିଛି- ଲିଖିତ ପରୀକ୍ଷା ଏବଂ SSB ଇଣ୍ଟରଭ୍ୟୁ। ଉଭୟ ପୁରୁଷ ଏବଂ ମହିଳାମାନେ ଏହି ପରୀକ୍ଷା ଜରିଆରେ ଆବେଦନ କରିପାରିବେ।

  • CDSର ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରାର୍ଥୀମାନେ ଇଣ୍ଟରଭ୍ୟୁ ଦେଇପାରିବେ।
  • CDS ପରୀକ୍ଷା ବର୍ଷକୁ ଦୁଇ ଥର ଅନୁଷ୍ଠିତ ହୋଇଥାଏ। ପ୍ରାୟତଃ ମାର୍ଚ୍ଚ ଏବଂ ନଭେମ୍ବର ମାସରେ ହୋଇଥାଏ।
  • ଏଥିପାଇଁ ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ।
  • ଳିଖିତ ପରୀକ୍ଷାର ୩ଟି ବିଭାଗ ଥାଏ- ଇଂଲିସ୍ ଲାଙ୍ଗୁଏଜ୍, ଜେନେରାଲ ନଲେଜ୍, ଏଲିମେଣ୍ଟାରୀ ମ୍ୟାଥେମେଟିକ୍ସ (ପ୍ରତ୍ୟକ ୧୦୦ ମାର୍କ ଲେଖାଏଁ)
  • କ୍ୟାରିୟର ଆରମ୍ଭରୁ ପ୍ରାୟ ୫୬୧୦୦ରୁ ୧୭୭୫୦୦ ଟଙ୍କା ଦରମା ହିସାବରେ ଦିଆଯାଏ।

CDS exam

ଶିକ୍ଷାଗତ ଯୋଗ୍ୟତା:

  • ଇଣ୍ଡିଆନ ମିଲିଟାରୀ ଆକାଡେମୀ/ଅଫିସର ଟ୍ରେନିଂ ଆକାଡେମୀ- ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେକୌଣସି ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କରିଥିବେ।
  • ଇଣ୍ଡିଆନ ନାଭାଲ ଆକାଡେମୀ- ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ଏୟାର ଫୋର୍ସ ଆକାଡେମୀ- ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କରିବା ସହ ଦଶମ ତଥା ଦ୍ୱାଦଶରେ ଫିଜିକ୍ସ ଏବଂ ମ୍ୟାଥେମେଟିକ୍ସ ବିଷୟ ପଢ଼ିଥିବା ଆବଶ୍ୟକ ବା ଇଞ୍ଜିନିୟରିଂରେ ବ୍ୟାଚେଲର୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

CDS

ଅନ୍ୟାନ୍ୟ ଯୋଗ୍ୟତା:

  • ଇଣ୍ଡିଆନ ମିଲିଟାରୀ ଆକାଡେମୀ (IMA) – ୧୯ରୁ ୨୪ ବର୍ଷ ବୟସର ଅବିବାହିତ ପୁରୁଷମାନେ ଆବେଦନ ଯୋଗ୍ୟ।
  • ଇଣ୍ଡିଆନ ନାଭାଲ ଆକାଡେମୀ (INA)- ୧୯ରୁ ୨୨ ବର୍ଷ ବୟସର ଅବିବାହିତ ପୁରୁଷମାନେ ଆବେଦନ ଯୋଗ୍ୟ।
  • ଏୟାର ଫୋର୍ସ ଆକାଡେମୀ- ୨୫ ବର୍ଷ ବୟସରୁ କମ ବୟସ୍କ ବ୍ୟକ୍ତି ଅବିବାହିତ ହୋଇଥିବେ ଏବଂ ୨୫ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ବିବାହିତ ହୋଇଥିଲେ ଚଳିବ। କିନ୍ତୁ ଟ୍ରେନିଂ ପିରିୟଡରେ ବିବାହ କରିପାରିବେ ନାହିଁ।
  • ଅଫିସର ଟ୍ରେନିଂ ଆକାଡେମୀ (SSC ମହିଳା ନନ୍-ଟେକ୍ନିକାଲ କୋର୍ସ) – ୧୯ରୁ ୨୫ ବର୍ଷ ବୟସର ଅବିବାହିତ ମହିଳାମାନେ ଆବେଦନ କରିପାରିବେ।
  • ଅଫିସର ଟ୍ରେନିଂ ଆକାଡେମୀ (SSC କୋର୍ସ-ପୁରୁଷ) – ୧୯ରୁ ୨୫ ବର୍ଷ ବୟସର ଅବିବାହିତ ମହିଳାମାନେ ଆବେଦନ କରିପାରିବେ।

CDS exam

ଏହି ନିଯୁକ୍ତି ପ୍ରକ୍ରିୟାରେ ଶାରିରୀକ ଦକ୍ଷତାର ମଧ୍ୟ ଅଧିକ ଗୁରୁତ୍ୱ ରହିଛି। ତେଣୁ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଭଲଭାବରେ ନିଜର ମେଡିକାଲ ଚେକ୍ ଅପ୍ କରାଇବା ଆବଶ୍ୟକ।

କିପରି କରିବେ ଆବେଦନ?

  • ଇଚ୍ଛୁକ ପ୍ରାର୍ଥୀମାନେ UPSCର ଅଫିସିଆଲ ଓ୍ୱେବସାଇଟରେ ଯାଇ ଅନଲାଇନ ଆବେଦନ କରିପାରିବେ। ଏହା ସହ ଆବେଦନ ଶୁଳ୍କ ହିସାବରେ ୨୦୦ ଟଙ୍କା ଦେବାକୁ ହେବ। ସଂରକ୍ଷିତ ବର୍ଗଙ୍କଠାରୁ କୌଣସି ଆବେଦନ ଶୁଳ୍କ ନିଆଯିବ ନାହିଁ।
  • ଆପ୍ଲିକେସନ୍ ଫର୍ମରେ ଉପଲବ୍ଧ ଥିବା ସ୍ଥାନଗୁଡ଼ିକ ମଧ୍ୟରୁ ପ୍ରାର୍ଥୀମାନେ ନିଜର ଏକ୍ସାମ ସେଣ୍ଟର ବାଛିପାରିବେ।

ଭାରତୀୟ ସେନାରେ ଭର୍ତ୍ତି ହେବାର ସ୍ୱପ୍ନ ରଖିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ CDS ଏକ୍ସାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କମ ବୟସରୁ ଏଥିପାଇଁ ଲକ୍ଷ୍ୟ ସ୍ଥିର କରିବା ସହ କଠିନ ପରିଶ୍ରମ ସଫଳତା ମିଳିବାରେ ସାହାଯ୍ୟ କରିଥାଏ।

Source- www.chakiri.plus

Comment