ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮, ମେ’ ୮ରେ ବଲିଉଡ ଅଭିନେତ୍ରୀ ସୋନମ କପୁର ଏବଂ ବ୍ୟବସାୟୀ ଆନନ୍ଦ ଆହୁଜା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପ୍ରାୟ ଦୁଇ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ସେମାନେ ବିବାହ କରିଥିଲେ। ସୋନମ ଓ ଆନନ୍ଦଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଆନନ୍ଦ ଆହୁଜା ପ୍ରାୟ ୩ ହଜାର କୋଟି ଟଙ୍କାର ସମ୍ପତ୍ତିର ମାଲିକ। ତାଙ୍କ ବାପା ସୁନିଲ ଆହୁଜା ଓ ମାଆ ବୀଣା ଆହୁଜା  ‘କ୍ଲିଥିଙ୍ଗ୍ ବ୍ରାଣ୍ଡ ଭାନେ’ର ମାଲିକ। ସୋନମ ମଧ୍ୟ ଏହି ବ୍ରାଣ୍ଡର ଆଉଟଫିଟ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଆନନ୍ଦ ନିଜର ଫ୍ୟାମିଲି ବିଜନେସ୍ ‘ଶାହି ଏକ୍ସପୋର୍ଟସ’ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ଵରେ ବି ଅଛନ୍ତି।

ଆନନ୍ଦ ଆହୁଜା ଦିଲ୍ଲୀର ୟୁଏସ୍‌ ଏମ୍ବାସୀରେ ଶିକ୍ଷା ଗ୍ରହଣ କରିଥିଲେ। ପାଠପଢ଼ା ସରିବା ପରେ ସେ ଆମେରିକା ଯାଇଥିଲେ। ସେ ସେଠାରେ ହ୍ଵାଟର୍ନ ବିଜନେସ୍ ସ୍କୁଲ୍, ପେନସିଲଭାନିଆରୁ ଏମ୍‌ବିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।  ଆନନ୍ଦ ଆହୁଜା ୨୦୧୧ରେ ଆମାଜନ୍ କମ୍ପାନିରେ ପ୍ରଡକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ।

୨୦୧୧ରେ ସେ ଭାରତର ପ୍ରଥମ ସୁ ଷ୍ଟୋର୍ ଖୋଲିଥିଲେ। ଏହି ଷ୍ଟୋରର ନାଁ ହେଲା ‘ଭେଜ୍-ନନ୍ ଭେଜ୍’।

ବଲିଉଡର ମସକ୍‌କଲି ଗର୍ଲ ସୋନମଙ୍କ ବେଷ୍ଟ ଫ୍ରେଣ୍ଡ  ହେଲେ ପ୍ରେରଣା କ୍ୟୁରେସି ଆନନ୍ଦଙ୍କର ବି ଭଲ ବାନ୍ଧବୀ। ପ୍ରେରଣା ହିଁ ପ୍ରଥମେ ଆନନ୍ଦଙ୍କ ସହିତ ସୋନମ କପୁରଙ୍କର ଭେଟଘାଟ କରାଇଥିଲେ। ଘଟଣାକ୍ରମେ ଆନନ୍ଦ ସୋନମଙ୍କୁ ଭଲ ପାଇ ବସିଲେ।

୨୦୧୪ରେ ପ୍ରଥମେ ଆନନ୍ଦ ମସକ୍‌କଲି ଗର୍ଲ ସୋନମ୍ କପୁରଙ୍କୁ ପ୍ରପୋଜ୍ କରିଥିଲେ। ତେବେ ସୋନମ୍ ତତ୍‌କ୍ଷଣାତ୍ ‘ହଁ’ ଭରିନଥିଲେ। ସେ ଏଥିପାଇଁ କିଛି ମାସ ସମୟ ନେଇଥିଲେ। ଶେଷରେ ସୋନମ୍ ଆନନ୍ଦଙ୍କ ପ୍ରସ୍ତାବକୁ ସ୍ଵୀକାର କରିଥିଲେ। ଆନନ୍ଦ ଆହୁଜା ବାସ୍କେଟବଲ୍ ଖେଳିବାକୁ ବହୁତ ଭଲ ପାଆନ୍ତି। ସେ ଜୋତା କଲେକ୍ସନ କରିବାକୁ ବି ଭଲପାଆନ୍ତି।

Comment