ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଙ୍କଟ ବେଳେ ଘରୋଇ କଲେଜଗୁଡ଼ିକ ସେମିଷ୍ଟର ପରୀକ୍ଷା ଫି’ ଛାଡ଼ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ଫି’ ଛାଡ଼ କରାଗଲେ କଲେଜ କେମିତି ଚାଲିବ ବୋଲି ଆବେଦନକାରୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି।
କରୋନା ବେଳେ କିଛି ଛାତ୍ରଛାତ୍ରୀଙ୍କ ଅଭିଭାବକ ଚାକିରି ହରାଇଛନ୍ତି। ଆଉ କିଛି ଲୋକଙ୍କର ଦରମା କାଟ୍ ମଧ୍ୟ ହେଉଛି। ଏଣୁ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଘରୋଇ କଲେଜମାନେ ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ କରିବାକୁ ଏକ ସାମଜିକ ସଙ୍ଗଠନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଏହାର ବିଚାର କରି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ। ଫି’ ଛାଡ଼ ହେଲେ କଲେଜ କେମିତି ଚାଲିବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ଏହାସହ କଲେଜର କର୍ମଚାରୀମାନଙ୍କୁ ଦରମା କେମିତି ମିଳିବ ବୋଲି ଆବେଦନକାରୀଙ୍କୁ ପାଲଟା ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ।
ଏହାପରେ ଆବେଦନକାରୀ ସୁପ୍ରିମକୋଟଙ୍କ ନିକଟରେ ଆଉ ଏକ ଆବେଦନ କରିଥିଲେ। ଯଦି ଫି’ ଛାଡ଼ ନହୋଇପାରୁଛି ତାହାଲେ କିଛି କୋହଳ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ହେଲେ ସୁପ୍ରିମକୋର୍ଟ ଏହା ଉପରେ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଥିଲେ। ଏ ସମ୍ପର୍କରେ କଲେଜ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଯାହା ନିର୍ଦ୍ଦେଶ ଦିଆଯିବ ବୋଲି କୋର୍ଟ କହିଥିଲେ।
















