ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧିକାଂଶ ଲୋକ ଚିଲି ପନିର ଖାଇବାକୁ ପସନ୍ଦ କରନ୍ତି। ଏଥିପାଇଁ ରେସ୍ତୋରାଁ ଉପରେ ନିର୍ଭର କରନ୍ତି। କିନ୍ତୁ ଆଜି ଆମେ ଏକ ସହଜ ରେସିପି କହିବୁ ଯାହାଦ୍ୱାରା ଆପଣ ଘରେ ଚିଲି ପନିର ପ୍ରସ୍ତୁତ କରିପାରିବେ। 

ଆବଶ୍ୟକୀୟ ସାମଗ୍ରୀ – ୨୫୦ ଗ୍ରାମ୍‌ ପନିର(ସମାନ ଆକାରରେ କଟା ହୋଇଥିବ), ୧ଟି ପିଆଜ, ୧ଚାମଚ ସୋୟା ସସ୍‌, ୧ଚାମଚ ଚିଲି ସସ୍‌, ୧ଚାମଚ ଟମାଟୋ ସସ୍‌, ୬ଟି କଞ୍ଚାଲଙ୍କା, ୧ଚାମଚ ଭିନେଗାର, ଅଧକପ୍‌ ତେଲ ଏବଂ ସ୍ୱାଦ ଅନୁଯାୟୀ ଲୁଣ।

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପିଆଜ ଓ ଲଙ୍କାକୁ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ। ଏହାପରେ ପନିର, ପିଆଜ, କଟା ହୋଇଥିବା ଲଙ୍କା, ଲୁଣ, ଭିନେଗାର, ସୋୟାସସ୍‌, ଚିଲି ଓ ଟମାଟୋ ସସ୍‌କୁ ଭଲ ଭାବରେ ମିଶାଇ ୪ ଘଣ୍ଟା ପର୍ଯ୍ୟନ୍ତ ସେପରି ଛାଡ଼ି ଦିଅନ୍ତୁ।

୪ ଘଣ୍ଟା ପରେ ସବୁ ପନିର ଖଣ୍ଡକୁ ସସ୍‌ ଓ ମସଲାରୁ ବାହାର କରି ଦିଅନ୍ତୁ। ତା’ପରେ ପ୍ୟାନ୍‌ରେ ତେଲ ଗରମ କରି ସବୁ ପନିର ଖଣ୍ଡକୁ ଭଲ କରି ଭାଜି ଦିଅନ୍ତୁ। ଏହାପରେ ସେହି ପନିର ଭଜାରେ ପିଆଜ, ମସଲା ଓ ସସ୍‌ ଦେଇ କମ୍‌ ଆଞ୍ଚରେ ୫ମିନିଟ୍‌ ପର୍ଯ୍ୟନ୍ତ ଢ଼ାଙ୍କୁଣି ଘୋଡ଼ାଇ ରାନ୍ଧନ୍ତୁ। ୫ମିନିଟ୍ ପରେ ଏହାକୁ ଆଞ୍ଚରୁ ଓହ୍ଲାଇ ଗରମାଗରମ ଭାତ କିମ୍ବା ପରଟା ସହ ଖାଇବାକୁ ଦିଅନ୍ତୁ।

Comment