ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚେନ୍ନାଇରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜଗନ୍ନାଥପୁରରେ ପହଞ୍ଚିଲା ପ୍ରଥମ ଟ୍ରେନ। ଟ୍ରେନରେ ପ୍ରାୟ ୧୨ ଶହ ପ୍ରବାସୀ ଓଡ଼ିଆ ଫେରିଥିବା ସୂଚନା ମିଳିଛି। ବର୍ତ୍ତମାନ ଷ୍ଟେସନରେ ସମସ୍ତ ପ୍ରବାସୀଙ୍କ ସ୍କ୍ରିନିଂ ଜାରି ରହିଛି। ସେହିପରି ସୁରଟରୁ ଆହୁରି ୩ଟି ଟ୍ରେନ ଗଞ୍ଜାମ ଆସୁଛି।

ମୋଟ୍‌ ୫ଟି ଟ୍ରେନରେ ଓଡ଼ିଶା ଆସୁଛନ୍ତି ପ୍ରବାସୀ ଓଡ଼ିଆ। ପ୍ରଥମ ଟ୍ରେନ ଶନିବାର ଚେନ୍ନାଇରୁ ବାହାରିଥିଲା। ସେହିପରି ଆଉ ୩ଟି ଟ୍ରେନ ସୁରତରୁ ବାହାରିଛି। ଏହି ୩ ଟ୍ରେନ ମଧ୍ୟ ଜଗନ୍ନାଥପୁରରେ ଆସି ପହଞ୍ଚିବ। ଆଉ ଗୋଟିଏ ଟ୍ରେନ ଟିଟଲାଗଡ଼କୁ ଯିବ।

ସେହିପରି ରବିବାର ଦିନ ମହାରାଷ୍ଟ୍ରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଟିଟଲାଗଡ଼ରେ ଏକ ଟ୍ରେନ ପହଞ୍ଚିଥିଲା। ଏଥିରେ ୧୨ଶହରୁ ଅଧିକ ପ୍ରବାସୀ ଓଡ଼ିଆ ଆସିଥିଲେ।

ଲକ୍‌ଡାଉନ୍‌ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି। ସେମାନଙ୍କୁ ବର୍ତ୍ତମାନ ବିଭିନ୍ନ ରାଜ୍ୟ ସରକାର ନିଜ ରାଜ୍ୟକୁ ଫେରାଇ ନେବାକୁ ଚେଷ୍ଟା କରୁଛନ୍ତି। ସେହିପରି ଓଡ଼ିଶା ସରକାର ମଧ୍ୟ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଆଣୁଛନ୍ତି।

Comment